ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାସୁଦେବପୁର ର ବାର୍ଷିକ ଉତ୍ସବ।

0 2

  ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାସୁଦେବପୁର ର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ସଭା କାର୍ଯ୍ୟ କ୍ରମ ରେ ସଭାପତି ରାଜ କିଶୋର ମଲିକ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ପୌର ଅଧ୍ୟକ୍ଷା ନିବେଦିତା ବେହେରା ବ୍ଲକ୍ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ, ଶିକ୍ଷାବିତ୍ ସୁଧାଂଶୁ ଶେଖର ମିଶ୍ର ଓ ପରିଚାଳନା କମିଟି ସଭାପତି ବିବେକାନନ୍ଦ ପଣ୍ଡା , ସମାଜ ସେବୀ ମାନସ ସାହୁ ଯୋଗ ଦେଇଥିଲେ। ଅତିଥି ପରିଚୟ ଶିକ୍ଷକ ଜ୍ଞାନେସ ଚନ୍ଦ୍ର ସାହୁ କରିଥିବା ବେଳେ ବାର୍ଷିକ ବିବରଣୀ ପାଠ ରମାକାନ୍ତ ବାରିକ୍ କରିଥିଲେ। ଧନ୍ୟବାଦ୍ ଶିକ୍ଷକ ପ୍ରଣୟ କୁମାର ମହାପାତ୍ର ପ୍ରଦାନ କରିଥିଲେ। ଏହି ଅବସର ରେ ବିଭିନ୍ନ ପ୍ରତି ଯୋଗିତା ରେ କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଶେଷ ରେ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।

Leave A Reply

Your email address will not be published.