ଜଙ୍ଗଲ ଭିତରେ ଝୁଲନ୍ତା ଅବସ୍ଥାରେ ଏକ ମୃତ ଦେହ ଠାବ

0 2

ଗାଇସିଲେଟ :-ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ କମଳାପଦର ଜଙ୍ଗଲରେ ଜଣେ ଅଜଣା ବ୍ୟକ୍ତିର ମୃତ ଦେହ ଠାବ ହୋଇଛି। ଗୋଟିଏ ଗଛରେ ଦୌଡ଼ି ସାହାର୍ଯ୍ୟରେ ବେକରେ ଫାଶୀ ଲାଗି ମୃତ ଶରୀର ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଏହି ଘଟଣା ଦେଖିବା ପରେ ସ୍ଥାନୀୟ ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରୁ ୪୦୦ରୁ ୫୦୦ମିଟର ଦୂରରେ ଏକ ନମ୍ବର ବିହୀନ ମୋଟର ସାଇକେଲ ଦେଖିବାକୁ ମିଳିଛି ଓ ମୃତକଙ୍କ ମୋଟର ସାଇକେଲ ହୋଇଥିବା ଅନୁମାନ କରାଯାଉଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

Leave A Reply

Your email address will not be published.