ଅବ୍ୟବସ୍ଥା ମଧ୍ୟରେ ରହିଛି କେନ୍ଦୁଝର ଜିଲ୍ଲାର ରାଣୀବେଡା ପଟିଲ ସାହି।

0 2

ମୁଖ୍ୟମନ୍ତ୍ରୀ ଓ ତେଲକୋଇ ବିଧାୟକ ଦୃଷ୍ଟି ଦେବାକୁ ଅନୁରୋଧ।   

କେନ୍ଦୁଝର,ତା୩/୨(ଦିଲ୍ଲୀପ ସାହୁ )- କେନ୍ଦୁଝର ଜିଲ୍ଲାରେ ଅନେକ ଗାଁ ସାହି ଅଛି ଯେଉଁଠାରେ ସରକାରୀ ଯୋଜନା ସାତ ସପନ। ଏହିପରି ଏକ ଗାଁ ହେଉଛି ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତର ରାଣୀବେଡା ପଟିଲ ସାହି। ଏଠାରେ ଅଧିକାଂଶ ଲୋକ ସରକାରୀ ଯୋଜନାରୁ ବଞ୍ଚିତ କେବଳ ୫ କେଜି ଚାଉଳ ପାଉଛନ୍ତି। ହେଲେ ଗାଁ ରାସ୍ତା ଭଲ ନାହିଁ ଲୋକେ ଭଙ୍ଗା ଦଦରା ଘରେ ରହୁଛନ୍ତି ଆବାସ ଘର ଗରିବ ଲୋକଙ୍କୁ ମିଳୁ ନାହିଁ। ପାହାଡ଼ ତଳେ ଥିବା ଏହି ଗାଁକୁ ଜୀବଜନ୍ତୁ ହାତୀ ଭୟ ସବୁ ବେଳେ ଲାଗି ରହିଛି ଚାଷବାସ ଉଜୁଡି ଯାଇଛି ହେଲେ ସରକାରୀ ସୁବିଧା ମିଳୁନଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଗାଁ ରାସ୍ତାରେ ବିଜୁଳି ବତୀ, ନଳକୂପ ଚାନ୍ଦିନୀ ବାନ୍ଧିବା, କୋଠ ଘର ନିର୍ମାଣ ପରି ଅଭାବ ଲୋକେ କହିଲେ। ଏହି ଖବର ପାଇ ହ୍ୟୁମାନ ରାଇଟସ ଡିଫେଣ୍ଡର୍ସ ଇଣ୍ଡିଆ ସଂସ୍ଥା ତରଫରୁ ସମାଜସେବୀ ଦୁଖବନ୍ଧୁ ବିଶ୍ଵାଳ ଏହି ଅଞ୍ଚଳ ପରିଦର୍ଶନ କରି ସମସ୍ୟା ଗୁଡ଼ିକୁ ପ୍ରତ୍ୟକ୍ଷ କରି ସମସ୍ୟା ସମାଧାନ ଲାଗି ଲୋକଙ୍କ ସହ ଆଲୋଚନା କରିଥିଲେ। ସେ ସ୍ଥାନୀୟ ପ୍ରଶାସନକୁ ଏହା ଜଣାଇବେ କହିଛନ୍ତି। ତେବେ ସ୍ଥାନୀୟ ବିଧାୟକ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଏହି ଆଦିବାସୀ ଅଧ୍ୟୁଷିତ ଗାଁର ସମସ୍ୟା ସମାଧାନ ଲାଗି ପଦକ୍ଷେପ ନେବାକୁ ସେ ଅନୁରୋଧ ରଖିଛନ୍ତି।

Leave A Reply

Your email address will not be published.