ଇଲେକ୍ଟ୍ରୋ ହେମିଓପାଥୀ ଉଦ୍ଭାବକ ଡ଼ଃ କାଉଣ୍ଟ ଶିଯର ମେଟି ଙ୍କ ୩୬ ତମ ଜନ୍ମମାସ ଆନ୍ତର୍ଜାତୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ।
ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ PEH ମେଡିକାଲ ଇନଷ୍ଟିଚ୍ୟୁଟ ପରିସରରେ ଇଲେକ୍ଟ୍ରୋ ହେମିଓପାଥୀ ଡାକ୍ତର ସଂଘ ତରଫରୁ ଇଲେକ୍ଟ୍ରୋ ହୋମିଓପାଥୀ ଉଦ୍ଭାବକ ଡ଼ଃ କାଉଣ୍ଟ ଶିଯର ମେଟି ଙ୍କ ୩୬ତମ ଜନ୍ମ ମାସ ଆନ୍ତର୍ଜାତୀୟ ସ୍ତରୀୟ ବାର୍ଷିକ ଉତ୍ସବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଡ଼ଃ ଚୂଡ଼ାମଣି ପାତ୍ର ଙ୍କ ସଭାପତିତ୍ବରେ ହୋଇଥିବା ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ୟୁପି କାନପୁର ରୁ ଆସିଥିବା ଇଲକ୍ଟ୍ରୋ ହୋମିଓପାଥୀ ର ଚିୟାର ମ୍ୟାନ ଡ଼ଃ Y i khan ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାରସକଣା ପୂର୍ବତନ ବିଧାୟକ ଡ଼ଃ ବୁଢ଼ାନ ମୁର୍ମୁ ଏବଂ ଅତିଥି ଭାବେ ଅହମଦାବାଦ ରୁ ଡ଼ଃ ଏସ ଜି ଚହ୍ୱାନ, ଗୁଜରାଟ ରୁ ଡ଼ଃ ବିନୀତ କୁମାର ଗୋୟେଲ୍, ଝାରଖଣ୍ଡ ରାଜ୍ୟ ଘାଟସିଳା ରୁ ଡ଼ଃ ସରୋଜ କୁମାର ସୋ, ଭୁବନେଶ୍ୱର ରୁ ଡ଼ଃ ସୁଶାନ୍ତ କୁମାର ହୋତା, ବାଲେଶ୍ବର ରୁ ଡ଼ଃ ପଙ୍କଜ ଦାସ ,ବାରିପଦା ରୁ ଡ଼ଃ ସରୋଜ କୁମାର ନାୟକ ଏବଂ ଝରପୋଖରିଆ ହେମିଓ କଲେଜ ଅଧ୍ୟାପକ ଫକୀର ମୋହନ ଦାସ ପ୍ରମୁଖ ମଞ୍ଚାସିନ ଥିବା ବେଳେ ବିଭିନ୍ନ ଅଂଚଳରୁ ୧୦୦ ରୁ ଉର୍ଦ୍ଧ ଡାକ୍ତର ଉପସ୍ଥିତ ଥିଲେ ।
ସମ୍ମିଳନୀରେ ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ପରେ ଅତିଥି ମାନଙ୍କ ଦ୍ଵାରା ଉଦ୍ଭାବକ ଡ଼ଃ ମେଟି ଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ପରବର୍ତ୍ତୀ ସମୟରେ ମୁଖ୍ୟ ଅତିଥି ମାନେ ଇଲେକ୍ଟ୍ରୋ ହୋମିଓପାଥୀ ଉଦ୍ଭାବକ ଡ଼ଃ ମେଟି ଙ୍କ ଗାରିମା ଓ ତାଙ୍କ ଜନ୍ମ ମାସ ଉଦ୍ଦେଶ୍ୟରେ ବକ୍ତବ୍ୟ ଦେବା ସହିତ ଇଲେକ୍ଟ୍ରୋ ହୋମିଓ ଔଷଧର ଉପକାରିତା ଏବଂ ରୋଗର ନିରାକରଣ ବିଷୟରେ ବକ୍ତବ୍ୟ ରଖିଥିଲେ । ଡ଼ଃ ସରୋଜ କୁମାର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ଫକୀର ମୋହନ ଦାସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ତେବେ ସମ୍ମିଳନୀ ରେ ମିତ୍ରଦିପା ଦଣ୍ଡପଟ ଙ୍କ ଓଡ଼ିଶୀ ନୃତ୍ୟ ଏବଂ ଚମ୍ପାବତି ପାତ୍ରଙ୍କ ସମ୍ବଲପୁରୀ ନୃତ୍ୟ ବେଶ୍ ମନ ମୁଗ୍ଧକର ହୋଇଥିଲା ।