ଝାରବନ୍ଧ -ମନୋହର ଦାଶ: ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜଳି ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସି ଆର ସି ବିରଞ୍ଚି ନାଏକ ସଭାପତିତ୍ୱ କରିଥିଲେ। ଉତ୍ସବ ରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଵକ୍ତା ଭାବେ ଝାରବନ୍ଧ ଡିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା ଯୋଗଦେଇ ମଣିଷ କୁ ଶକ୍ତିଶାଳୀ କରିବାକୁ ହେଲେ ଶିକ୍ଷା ହିଁ ତା ପାଇଁ ଏକ ମାତ୍ର ମାଧ୍ୟମ ବୋଲି ଛାତ୍ର ଛାତ୍ରୀ ଙ୍କୁ ଉପଦେଶ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ସାନନ୍ଦ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ପ୍ରଧାନ ଆଶ୍ରମ ସ୍କୁଲ ସଭାପତି ଶୁକୃ ବାଗ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷକ ତନ୍ମୟ ପାଣ୍ଡେ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ଅନିତା ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ, ଶିକ୍ଷକ କାଶୀନାଥ ଧଳ ସହଯୋଗ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯିବ ସହ ବିଦ୍ୟାର୍ଥୀ ଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post
Next Post