ରାଉରକେଲା,(ବସନ୍ତ କୁମାର ଜେନା): ମାରଓ୍ବାଡି ଯୁବ ମଞ୍ଚ ରାଉରକେଲା ଶାଖା ପକ୍ଷରୁ ୟୁଜିଆଇ ପଡିଆରେ ଏମ୍ ପି ଏଲ୍ ସିଜିନ୍-୫ କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହେଉଅଛି। ମାରୱାଡି ପ୍ରିମିୟର ଲିଗ୍ ବା ଏମ୍ ପି ଏଲ୍ ବିଗତ ୫ ବର୍ଷ ଧରି ଅନୁଷ୍ଠିତ ହେଉଅଛି। ମାରୱାଡି ଯୁବାମଞ୍ଚ ରାଉରକେଲା ଶାଖା ପକ୍ଷରୁ ସମସ୍ତ ମାରଓ୍ବାଡି ସାମାଜିକ ସଂସ୍ଥାକୁ ଏକ ସୂତ୍ରରେ ବାନ୍ଧିବା ପାଇଁ ଏହା ଭାଇଚାରାର ଏକ ପ୍ରତିଯୋଗୀତା ଖେଳର ଉଦ୍ଦେଶ୍ଯ ବୋଲି ମାରଓ୍ବାଡି ଯୁବା ମଞ୍ଚ ପକ୍ଷରୁ କୁହାଯାଇଛି। ଏମ୍ ପି ଏଲ୍ ପ୍ରତିଯୋଗୀତା ଦୀର୍ଘ ୫ ବର୍ଷ ଧରି ଆୟୋଜିତ ହେଉଛି। ଏହି ପ୍ରତିଯୋଗିତାରେ ବିଜୟୀ ଦଳକୁ ସିଲ୍ ପ୍ରଦାନ କରାଯିବ ଏବଂ ମେନ୍ ଅଫ୍ ଦି ସିରିଜର ଖେଳାଳୀଙ୍କୁ ସାଇକେଲ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ପ୍ରତିଯୋଗିତାରେ ରାଜସ୍ଥାନ ପରିଷଦ, ହରିୟାଣା ନାଗରିକ ସଂଘ, ମାରଓ୍ବାଡି ଯୁବ ମଞ୍ଚ, ଉତ୍କଳ ପ୍ରାଦେଶିକ ମାରଓ୍ବାଡି ସମ୍ମେଳନ, ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା, ଜୈନ ଶ୍ବେତାମ୍ବର ତେରାମ୍ପଥି ସଭା, ବ୍ରାହ୍ମଣ କଲ୍ଯାଣ ସଭା, ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ଭଳି ୮ଟି ସାମାଜିକ ସଂଗଠନର ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ଆୟୋଜକ ଆକାଉଣ୍ଟାଣ୍ଟ ସୋନୁ ଅଗ୍ରୱାଲ, ପୋଗ୍ରାମ ଚେୟାରମ୍ୟାନ ଅଙ୍କିତ ଅଗ୍ରୱାଲ, ପ୍ରୋଗାମ କୋ-ଚେୟାରମ୍ୟାନ ଯୋଗେଶ ଅଗ୍ରୱାଲ, ଅଙ୍କିତ ଅଗ୍ରୱାଲ (ହାତିବାରୀ), ଉପସଭାପତି ଭାବେ ବରୁଣ ସୋମାନି ପ୍ରମୁଖ ରହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post