କନ୍ଧମାଳ(ଗଗନ କୁମାର ପ୍ରଧାନ): ସଂଖ୍ୟା ଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଓଡିଆ ଚଳଚିତ୍ର “ସନାତନି” କର୍ମହିଁ ଧର୍ମରେ ଲୁଣ୍ଠନ କାରୀ, ପ୍ରତାରଣା କାରୀ, ପ୍ରଲୋଭନ କାରୀ ଓ ଜମି ହଡପକାରୀ ଭାବରେ ପ୍ରଦର୍ଶିତ କରି ଥିବା ଅଭିଯୋଗରେ ଆଜି ଘୁ.ଉଦୟଗିରି ଖ୍ରୀଷ୍ଟିଆନ ସମୁଦାୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରା ଯାଇଛି l ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚାର ସଂଯୋଜକ ହନକ ଦିଗାଳ, ଭିମଆର୍ମି ଜିଲ୍ଲା ସଭାପତି ଫିରୋଜ ଦିଗାଲ, ଯୁବନେତା ତଥା ସାମ୍ବାଦିକ ଗଗନ କୁମାର ପ୍ରଧାନ, ପୂର୍ବତ୍ତନ ବ୍ଲକ କଂଗ୍ରେସ ସଭାପତି ଟାର୍ଜନ ସାହୁ, ପୁରେଶ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଅବକାଶ ନାୟକ, ଟୁନା ନାୟକ, ମହାନନ୍ଦ ପ୍ରଧାନ, ବିଦ୍ୟାଧର ନାୟକ, ଆଲୋକ କୁମାର ନାୟକ, ସତ୍ୟବାଦୀ ଦିଗାଳ, ଆଲଫାନସ ରାଜ, ନଳିନୀ ଚନ୍ଦ୍ର ନାୟକ, ପ୍ରଶାନ୍l ଦିଗାଳ, ସଂଜୀବ ଦିଗାଳଙ୍କ ସମେତ ବହୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ଦାୟର ନେତା, ସଚେତନ ନାଗରିକ ଓ ସଦସ୍ୟ ଉପସ୍ଥିତ ଥିଲେ l କନ୍ଧମାଳ ଜିଲ୍ଲା ଶାନ୍ତିପ୍ରିୟ ଜିଲ୍ଲା l ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି କହିବା ସହ “ସନାତନୀ” ଚଳଚିତ୍ରକୁ ସମ୍ପୂର୍ଣ୍ଣ ବ୍ୟାନ କରିବା ପାଇଁ ଦାବୀ କରିଛି ଘୁ.ଉଦୟଗିରି ଖ୍ରୀଷ୍ଟିୟାନ ସମୁଦାୟ l ଏହି ଚଳଚିତ୍ରରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଏପରି ଉପସ୍ଥାପନା କରି କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ସରକାର, ପ୍ରଯୋଜକ ଓ ଅଭିନେତା ?? ଭାରତ ଗୋଟିଏ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକତନ୍ତ୍ର ରାଷ୍ଟ୍ର l ଭାରତୀୟ ସମ୍ବିଧାନ ସମସ୍ତଙ୍କୁ ସମାନ ଭାବରେ ବଞ୍ଚିବାକୁ ଅଧିକାର ଦେଇଛି l ତେଣୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଏପରି ଚରିତ୍ର ଚିତ୍ରଣ କରି ଉପସ୍ଥାପନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଘଟଣା ବୋଲି ଦୃଡ଼ ନିନ୍ଦା କରିଛନ୍ତି ଭିମଆର୍ମି ଜିଲ୍ଲା ସଭାପତି ଫିରୋଜ ଦିଗାଳ l ଯଦି ସରକାର ଏଥି ପ୍ରତି ଯତ୍ନବାନ ନ ହୁଅନ୍ତି ତାହାଲେ ଆଗାମୀ ଦିନରେ ଖ୍ରୀଷ୍ଟିଆନ ସମୁଦାୟ ପକ୍ଷରୁ ତୀବ୍ର ବିରୋଧ କରାଯିବ ବୋଲି କହିଛନ୍ତି ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚାର ସଂଯୋଜକ ହନକ ଦିଗାଳ l ଦେଶରେ ହେଉବା ରାଜ୍ୟରେ ହେଉ ସମାଜରେ ଭାଇ ଚାରା, ଏକତା, ସମାନତା ସୃଷ୍ଟି କରିବାରେ ବିଭିନ୍ନ ଚଳଚିତ୍ର ମୁଖ୍ୟ ଭୂମିକା ଗ୍ରହଣ କରି ଥାଏ l ଯାହାକି ଆମର ନଜିର ରହିଛି l ହେଲେ ଓଡିଆ ଚଳଚିତ୍ର “ସନାତନୀ” କର୍ମହିଁ ଧର୍ମରେ ଏକ ନିର୍ଦ୍ଧିଷ୍ଟ ଧର୍ମକୁ ଆକ୍ଷେପ କରି ଖଳନାୟକ ଭାବେ ପ୍ରଦର୍ଶିତ କରିବା ପୃଥିବୀର ବୃହତମ ଗଣତାନ୍ତ୍ରିକ ରାଷ୍ଟ ପ୍ରତି ଲଜ୍ଜ୍ୟା ଜନକ ଘଟଣା ଓ ଶୁଭଙ୍କର ନୁହେଁ l ତେଣୁ ସରକାର ତୁରନ୍ତ ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଯୁବନେତା ତଥା ସାମ୍ବାଦିକ ଗଗନ କୁମାର ପ୍ରଧାନ କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅପିଲ କରିଛନ୍ତି l ଏହି ଚଳଚିତ୍ର ଟ୍ରେଲର ଆସିବା ପରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଏକ ପ୍ରକାର ଭୟଭୀତ ଅବସ୍ଥାରେ ମାନସିକ ଚାପରେ ରହୁ ଥିବା କହିଛି ଖ୍ରୀଷ୍ଟିଆନ ସମୁଦାୟ l ତେଣୁ ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରି ଲୋକଙ୍କ ମନରେ ଥିବା ଭୟକୁ ଦୁର କରିବା ପାଇଁ ତୁରନ୍ତ ଉଚ୍ଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ କରିଛି ଘୁ.ଉଦୟଗିରି ଖ୍ରୀଷ୍ଟିଆନ ସମୁଦାୟ l
Sign in
Sign in
Recover your password.
A password will be e-mailed to you.
Next Post