“ଉପହାର” ଅନୁଷ୍ଠାନ ପକ୍ଷରୁ ମେଗା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

3

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ମିନି ଷ୍ଟାଡିୟମରେ “ଉପହାର” ଅନୁଷ୍ଠାନ ପକ୍ଷରୁ ମେଗା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।
ଗୁମା ବ୍ଲକର ଲୋକ ମାନଙ୍କ ପାଇଁ ଏହି ମେଗା ନିଶୁଳ୍କ ସ୍ବାସ୍ଥ୍ୟମେଳାର ଆୟୋଜନ “ଉପହାର” ସେବା ଅନୁଷ୍ଠାନ ପକ୍ଷରୁ ଶ୍ରୀକାକୁଲମ ଜେମସ୍ ହସ୍ପିଟାଲ୍ ସହଯୋଗରେ ଅନୁଷ୍ଠିତ ଏହି ସ୍ବାସ୍ଥ୍ୟ ସେବା ଶିବିର କୁ ପାରଳାଖେମୁଣ୍ଡି ବିଧାୟକ ଈଂ ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗୁମ୍ମା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ , ଉପହାର ଅନୁଷ୍ଠାନ ନିର୍ଦ୍ଦେଶକ ଡଃ .ରଜତ କୁମାର ପାଣି, ଅନୁଷ୍ଠାନ ପରିଚାଳକ ବିରାଜ ମୋହନ ପାଳ , ଆନନ୍ଦ କୁମାର , ଅସମତ ପାଣି , ନୟନା ନନ୍ଦ , ରାଜୀବ କିରଣ ପାଲ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.