ଘୁ.ଉଦୟଗିରି କୋର୍ଟରେ ଦୁଇ ମହିଳା ବିଚାରପତିଙ୍କ ଦାୟିତ୍ୱଭାର ଗ୍ରହଣ.

2


ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ଦେୱାନୀ ଏବଂ ଫୌଜଦାରୀ କୋର୍ଟରେ ଗୁରୁବାର ଦିନ ଦୁଇ ମହିଳା ବିଚାରପତି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି I ମହିଳା ବିଚାରପତି ଦ୍ବୟ ହେଲେ ଶ୍ରୀମତୀ ପ୍ରଣତି ପଟେଲ ଓ ସୁଶ୍ରୀ ଦୀପା ଦାଶ I ଏହି ଅବସରରେ ତାଙ୍କୁ ଘୁ.ଉଦୟଗିରି ବାର ଆସୋସିଏସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ବାର ଆସୋସିଏସନର ସଭାପତି ନିର୍ବାଚନ କେଶରୀ ଭୋଇ, ସମ୍ପାଦକ ଅଜିତ କୁମାର ଦିଗାଲ, ବରିଷ୍ଠ ଓକିଲ ଫ୍ରାଂକଲିନ ନାୟକ, ଶ୍ୟାମଳ ରାଓ ଆଚାରୀ, ରବୀନ୍ଦ୍ର କୁମାର ପଣ୍ଡା, ମୃତ୍ୟୁଞ୍ଜୟ ନାୟକ, ସରକାରୀ ଓକିଲ ରଞ୍ଜନ କୁମାର ନାୟକ ପ୍ରମୁଖ ସ୍ୱାଗତ ସହ ସମ୍ବର୍ଦ୍ଧନା କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି I

Leave A Reply

Your email address will not be published.