ସୁବର୍ଣ୍ଣପୁର , ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ରକୁମାର ପୁରୋହିତ ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ଗଜବନ୍ଧ ପଞ୍ଚାୟତ ସମିତିସଭ୍ୟା ସନ୍ତୋଷିନୀ ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅନୁପକୁମାର ଗଡ଼ନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲ ରେ ଗୋଷ୍ଠୀ ତଥା ଅଭିଭାବକ ମାନଙ୍କର ଭୂମିକା, ବିଭିନ୍ନ ଦକ୍ଷତା ହାସଲ ରେ ଶିକ୍ଷଣସାମଗ୍ରୀ ର ବ୍ୟବହାର ଓ ଅଭିନଵ ପ୍ରଦର୍ଶନ ବିଷୟରେ ଆଲୋକପାତ କରିଥିଲେ। ସିଆରସିସି ସଂଘ ସଭାପତି ଜୟନାରାୟଣ ପୂଜାରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଭିନଵ ଶିକ୍ଷଣ ପଦ୍ଧତି ପ୍ରୟୋଗ ରେ ଛାତ୍ରଛାତ୍ରୀ ଙ୍କ ଦକ୍ଷତା ର ବିକାଶ କରିବାକୁ ଆହ୍ୱାନ ଦେଇଥିଲେ l ସଭାରେ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହାରାଧନ ବେରିଆ ସଭାପତିତ୍ୱ କରି ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ସଞ୍ଜୟ ଭୋଇ, ତୁଳସୀରାମ ଭୋଇ, ଦିନେଶ ନାଏକ,ପ୍ରଶାନ୍ତଜ୍ୟୋତି ପ୍ରଧାନ, ବିକାଶ ଭରାସାଗର,କୁଶ ପୁଟେଲ, ନନ୍ଦକିଶୋର ବିଶି,ହାରାଧନ ରଣା, ତୁଳସୀରାମ ଭୋଇ,ଗୋବିନ୍ଦ ସାହୁ,ଶିକ୍ଷୟିତ୍ରୀ ରଶ୍ମିତା କୁଅଁର,ମାନିନୀ ବାଗ,ଚୁମକି ବିଶି,ବର୍ଷାରାଣୀ ମଲ୍ଲିକ,ମାନସୀ ନାଗ,ଲଳିତା ଭୁଏ,ପୂର୍ବତନ ୱାର୍ଡମେମ୍ବର ଦାମୋଦର ଭୁଏ,ଅଭିଭାବକ ରଞ୍ଜନ ସାହୁ,ପୁରୋତ୍ତମ ପଧାନ, ଭଗବାନ ପଧାନ, ପୂର୍ଣଚନ୍ଦ୍ର ଖେତି,ରୋହିତ ପରୁଆ, ଏକାଦଶୀଆ ମେହେର ଓ ପାଚିକାମାନେ ସହଯୋଗ କରିଥିଲେ । କଳାଶିକ୍ଷକ ପ୍ରସନ୍ନ ମେହେର ଓ ଶ୍ୟାମ କୁଅଁର ସୃଜନଶୀଳ କାର୍ଯ୍ୟକଳାପ ର ଷ୍ଟଲ ର ପରିଚାଳନା କରିଥିଲେ l ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକମାନେ ସାମୁହିକଭାବେ ନିପୁଣ ଓଡିଶା ମେଳା ସଂଗୀତ ଓ ଶପଥ ପାଠ କରି ଏହି ମେଳାରେ ଲାଗିଥିବା ମୌଳିକ ସାକ୍ଷରତା ଷ୍ଟଲ,ମୌଳିକ ସଂଖ୍ୟା ଜ୍ଞାନ ଷ୍ଟଲ, ସୃଜନଶୀଳ କାର୍ଯ୍ୟକଳାପ ଷ୍ଟଲ ଓ ମତାମତ ଷ୍ଟଲ ବୁଲି ଦେଖିଥିଲେ l ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପଠନଲିଖନ ଉପକରଣ,ପ୍ରମାଣପତ୍ର,ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l ଶେଷରେ ଶିକ୍ଷକ ଦିବାକର ବଢ଼େଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.