କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫

2

 ମୟୂରଭଞ୍ଜ ଜିଲ୍ଲା ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ ଅନ୍ତର୍ଗତ ଜାଲଦା କ୍ଲଷ୍ଟର ର ଡୁମୁରିଆ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା-୨୦୨୫ ଅନୁଷ୍ଠିତ ହୋଇ ଯାଇଛି ।ସିଆରସିସି ଶ୍ରୀ ଶୁଭେନ୍ଦୁ ବିକାଶ ବେହେରାଙ୍କ ପୌରହିତ୍ୟ ରେ ଆୟୋଜିତ ମେଳା କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅଶୋକ କୁମାର ମହାପାତ୍ର ଏବଂ ନାଏବ ସରପଞ୍ଚ ଶ୍ରୀ ଶାନ୍ତନୁ ମହାପାତ୍ର ମେଳା କୁ ଉଦଘାଟନ କରିଥିଲେ ।
ମୁଖ୍ଯ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଝୁମାରାଣୀ ସିଂ, ୱାର୍ଡ ସଭ୍ୟ ସତ୍ଯବାନ ନାଏକ ,ପୁର୍ବତନ ସିଆରସିସି ଶ୍ରୀ ସୁବିର କୁମାର ପରିଡା ଏବଂ ଏସଏମସି ସଭାପତି ଶ୍ରୀ ରତ୍ନାକର ନାଏକ ଯୋଗ ଦେଇ ମେଳା କୁ ସଫଳ କରାଇଥିଲେ । କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ଶ୍ରୀ ସଂଗ୍ରାମ କେଶରୀ ସାହୁ, ଶିକ୍ଷୟିତ୍ରୀ ବାସନ୍ତି ସାହୁ, ଝୁନୁମଣି ନାଏକ, ସ୍ୱାଗତିକା ସାହୁ, ରେଖା ମହାନ୍ତ, ପ୍ରଜ୍ଞା ପାରମିତା ମହାନ୍ତ, ସୁନନ୍ଦା ପଲ୍, ପ୍ରମିତା ସିଂ, ମଞ୍ଜୁଲତା ଘୋଷ ପ୍ରମୁଖ ଯୋଗ ଦେଇ ମେଳା କୁ ସାଫଲ୍ଯ ମଣ୍ଡିତ କରିବାରେ ସହଯୋଗ କରିଥିଲେ ।ଉକ୍ତ ମେଳା ରେ ୧୦୦ ରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏବଂ ୧୦୦ ରୁ ଊର୍ଦ୍ଧ୍ବ ଅଭିଭାବକ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.