
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ କୁଷ୍ଠ ନିରାକରଣ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନର୍ସିଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। ଏହି ରାଲିକୁ ମୁଖ୍ୟ ଜିଲ୍ଲାସ୍ୱାସ୍ଥ୍ୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରଦୀପ କୁମାର ଗୁରୁ, ଡିଏସପି. ପ୍ରତାପ କୁମାର ରଣା ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ। ପରେ ପରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରଦୀପ କୁମାର ଗୁରୁ, ଡି ଏସ ପି ପ୍ରତାପ କୁମାର ରଣା, ଏ ଡି ପି ଏଚ ଓ (ଟି ବି )ଡା. ପଦ୍ମହଂସା ଦୋରା, ଏ ଡି ପି ଏଚ ଓ (ଡି ସି ) ଡା ରମେଶ ଚନ୍ଦ୍ର ସ୍ୱାଇଁ, ଡି ଏମ ଓ (ଏମ ଏସ )ତଥା ଅଧିକ୍ଷକ ଡା ଦୁର୍ଗାଦତ୍ତ ଦାସ, ଡି ପି ଏମ ବିଶ୍ୱମ୍ବର ବେହେରା ଅତିଥିଭାବେ ମଂଚାସୀନ ରହିଥିଲେ। କୁଷ୍ଠ ରୋଗର କାରଣ, ନିରାକରଣ, ଲକ୍ଷଣ ଓ ଚିକିତ୍ସା ଆଦି ବିଷୟରେ ଅତିଥି ବୃନ୍ଦ ଆଲୋକପାତ କରିଥିଲେ। ସଭା ଶେଷରେ ଏକ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଠିକ ଉତ୍ତର ଦାତାଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଡ଼ିଏଲସି ଗୌରୀ ଶଙ୍କର ପଣ୍ଡା, ଓ ଏ ଡି ପି ଏଚ ସି ଓ ବୃନ୍ଦାବନ ସାହୁ ଙ୍କ ପରିଚାଳନାରେ ଅନୁଷ୍ଠିତ ଦିବସର ବିଭିନ୍ନ କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଟ ମ୍ୟାନେଜର ଗୀତାଞ୍ଜଳି ମେହେର, ନାରାୟଣ ରଥ, ଅନୁପ ରଞ୍ଜନ ଦାସ, ସୁନୀଲ କୁମାର ମହାନ୍ତି, ଦେବାଶିଷ ବାରିକ, କୃଷ୍ଣ ଚନ୍ଦ୍ର ଦୀପ, ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମଗ୍ର ଜିଲ୍ଲାରେ କୁଷ୍ଠ ନିରାକରଣ ସଚେତନତା ନିମନ୍ତେ ଜାନୁୟାରୀ ୩୦ ତାରିଖ ଠାରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ବ୍ୟାପକ ଭାବରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚିତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post