ପଦ୍ମପୁର–ରାଜବୋରାସମ୍ବର ବ୍ଲକ ଡଙ୍ଗାଛଞ୍ଚା କ୍ଲଷ୍ଟରରେ ନିପୁଣ ମେଳା ଦହିତା ସେବାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ବଜ ବଗାର,ସମ୍ମାନିତ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରାମ ସିଂ ଭୋଇ,ରାଧେଶ୍ୟାମ ମେହେର,ପ୍ରଧାନ ଶିକ୍ଷକ ଜୟନାରାୟଣ ମେହେର,ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷାବିଦ୍ ବୈଶାଖୁ ସେଠ ଏବଂ ସଚେତନ ଅଭିଭାବିକା ଉଜ୍ଜଳି ସୁନା ଯୋଗଦେଇ ସଭାକୁ ଉଦଘାଟନ କରିଥିଲେ । ଦହିଗାଁ କ୍ଳଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଞ୍ଜୟ କୁମାର ପଟେଲ କୁନି କୁନି ଶିଶୁଙ୍କୁ ଉଦବୋଧନ ଦେଇ ନିପୁଣ ମେଳାର ଉଦ୍ଦେଶ୍ୟ ବିଷୟରେ ସମ୍ୟକ୍ ଧାରଣା ଦେଇଥିଲେ। ଉଦଯାପନୀ ଉତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଉପହାରମାନ ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯକ୍ରମ କୁ ସି.ଆର୍.ସି.ସି ଆଶିଷ କୁମାର ବୈକାର ଆୟୋଜନ କରିଥିବା ବେଳେ ଅମୀୟ କୁମାର, ଅନୁସୟା ପ୍ରଧାନ , ସୁଜିତ ଦାଶ,ନମିତା ମହାନ୍ତି,ସଞ୍ଜୟ ବରିହା,ରମେଶ ପ୍ରଧାନ, ଭାରତୀ ଭୋଇ, ଟେକେନ୍ଦ୍ର ଭୋଇ ,ରୁବି ନାୟକ, ପ୍ରଶାନ୍ତ ବର୍ଗେ, ଟିକେଶ୍ୱର ବାରିକ, ଅମିତାଭ ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.