କେନ୍ଦୁଝର,ତା୩୦/୧(ଦିଲୀପ ସାହୁ) – ପୂର୍ବରୁ ନଦୀ ବାଲି ଲଘୁ ଖଣିଜ ପଦାର୍ଥ ଭାବେ ରାଜସ୍ବ ବିଭାଗ ଦ୍ଵାରା ନିର୍ଦ୍ଧାରିତ ହୋଇ ନିର୍ଦ୍ଦିଷ୍ଟ ପରିମାଣରେ ଉତ୍ତୋଳନ ହେଉଥିଲା। ହେଲେ ଏବେ ଖଣି ବିଭାଗ ନଦୀ ବାଲି ଘାଟ ନିଲାମ ଦେଉଛି। କିନ୍ତୁ କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀ ଶଯ୍ୟା ଓ ନଦୀ ଭିତରୁ ବେଧଡକ ବାଲି ଉତ୍ତୋଳନ ଚାଲିଛି ଖଣି ବିଭାଗ ଏପଟେ ଆଖି ବୁଜି ଶୋଇଛି। ବାଲି ମାଫିଆ ମାନେ ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ପଞ୍ଚାୟତର ଏରେଣ୍ଡେଇ ଡଙ୍ଗା ଘାଟରୁ ବାଲି ଉଠେଇ ଡମ୍ପର, ହାଇୱା ଦ୍ଵାରା ବାହାରକୁ ଚାଲାଣ କରୁଛନ୍ତି। ଦେଖା ଯାଇଛି ଏହି ଡଙ୍ଗା ଘାଟରେ ନଦୀ ଭିତରେ ମେସିନ ଦ୍ବାରା ବାଲି ଉତ୍ତୋଳନ ଚାଲିଛି। ନଦୀ ଭିତରୁ ବାଲି ଉଠା ଗଲେ ବର୍ଷା ଦିନେ ନଦୀରେ ବନ୍ୟା ପାଣି ଆସିଲେ ନଦୀ ଦିଗ ବଦଳାଇବାର ସମ୍ଭାବନା ରହିଛି। ଖଣି ବିଭାଗ ଲୋକେ ଏକଥା ଜାଣି କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post