ଦିବାକର ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ:ଦ୍ୱିତୀୟ ଦିନ ଓ ପ୍ରଥମ ସେମି ଫାଇନାଲ ଖେଳ

2

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ସୁଙ୍ଗୁଡା  ନୀଳମଣି ମିନି ଷ୍ଟାଡିୟମରେ ଶ୍ରୀ ଗଣେଶ କ୍ଳବ୍ ପକ୍ଷ ରୁ ଦିବାକର ମେମୋରିଆଲ ଫୁଟବଲ  ଟୁର୍ଣା ମେଣ୍ଟ ର ଖେଳ ଜାରି ରହିଛି। ଦ୍ୱିତୀୟ ଦିନ ରେ ଅତିଥି ଭାବେ  ବାସୁଦେବପୁର ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ, ସମାଜ ସେବୀ ଉମାକାନ୍ତ  ଖୁଣ୍ଟିଆ, ଟ୍ରକ ମାଲିକ ସଂଘ ବାସୁଦେବପୁର ସଭାପତି ଚନ୍ଦ୍ର କାନ୍ତ ଦାସ, ଆଇନ ଯିବୀ ନୀରଦ ଦାଶ, ପରମାନନ୍ଦ ଦାସ ଓ ଶେଖ୍ ମାଫି ଯୋଗ ଦେଇଥିଲେ । ଦ୍ୱିତୀୟ ଦିନ ରେ କଲେଇକୁଣ୍ଡା ଖଡଗପୁର କୁ ୪-୨ ଗୋଲ ରେ ହରାଇ ଡାଇମଣ୍ଡ କ୍ଳବ୍ ଖୋର୍ଦ୍ଧା ବିଜୟୀ ହୋଇ ସେମି ଫାଇନାଲ କୁ ଯାଇଛି। ଏହି ଅବସର ରେ  ଅନୁଷ୍ଟିତ  ପ୍ରଥମ ସେମି ଫାଇନାଲ ଖେଳ ମୁଣ୍ଡ ମୁହାଣ କ୍ଳବ୍ କଟକ ଓ ନୃସିଂହ ନାଥ କ୍ଳବ୍ ରାଜକନିକା ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଟିତ ହୋଇଥିଲା।

ଶେଷ ସମୟ ରେ ୧-୦ ଗୋଲ ରେ ମୁଣ୍ଡ ମୁହାଣ କ୍ଳବ୍ କଟକ ବିଜୟୀ ହୋଇ ଫାଇନାଲ କୁ ଯାଇଛି। ଏହି ଅବସର ରେ  ଅତିଥି ଭାବେ ଯୁବ ଇଞ୍ଜିନିୟର ନୀଳାଦ୍ରି ନାୟକ, ଓ ଆ ରୁହା ପଞ୍ଚାୟତ ସରପଂଚ ରାଜେନ୍ଦ୍ର ସାହୁ, କ୍ଳବ୍ ର ସଭାପତି ଗୌରାଙ୍ଗ ବେହେରା, ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ଓ ଉପ ସଭାପତି ଓ ସହ ସମ୍ପାଦକ ହୃଷୀକେଶ ସାହୁ ଉପସ୍ଥିତ ଥିଲେ। । ଦ୍ୱିତୀୟ ଦିନ ଓ ପ୍ରଥମ ସେମି ଫାଇନାଲ ଖେଳ   ଟିକୁ ରେଫରୀ ଭାବ ରେ ମାନସ କୁମାର ବିଶ୍ବାଳ, ରାମ ଚନ୍ଦ୍ର ବେଶ୍ରା ଓ ଗଣେଶ୍ୱର ସିଂ ପରିଚାଳନା କରିଥିଲେ। କ୍ଳବ୍ ର ସଭାପତି, ସମ୍ପାଦକ, ଙ୍କ ସହ ଉପ ସଭାପତି ଏସ କେ ଗୋଲାମ ସଫିୟାନ୍, ସହ ସମ୍ପାଦକ ହୃଷୀକେଶ ସାହୁ ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଥିଲେ। ଖେଳ ର ଧାରା ବିବରଣୀ ଉଦୟ ଜେନା ଓ ସତ୍ୟ ସୁନ୍ଦର ରାଉତ କରିଥିଲେ।

Leave A Reply

Your email address will not be published.