ଖପ୍ରାଖୋଲ ରେ ମୋ ଜଙ୍ଗଲ ଜମି ଯୋଜନା ର ଅଗ୍ରଗତି ସମ୍ପର୍କିତ ସମିକ୍ଷା ବୈଠକ, ସମନ୍ଵୟ ରଖି ଯୋଜନା ସଫଳ କରିବା ଉପରେ ଆଲୋଚନା

2

ଖପ୍ରାଖୋଲ ୨୯/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହ ଠାରେ ମୋ ଜଙ୍ଗଲ ଜମି ଯୋଜନା ର ଅଗ୍ରଗତି ସମୀକ୍ଷା ବୈଠକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତୀକ୍ଷା ସାହୁ ଙ୍କ ଅଧ୍ୟକ୍ଷତା ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମୀକ୍ଷା ବୈଠକରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଅତିରିକ୍ତ ତହସିଲଦାର ସତ୍ୟ ପ୍ରକାଶ ରାଉତରାୟ, ଏ ସି ଏଫ୍ ତଥା ହରିଶଙ୍କର ରେଞ୍ଜ ଅଧିକାରୀ ଅରବିନ୍ଦ ନାଏକ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଗୋଷ୍ଠିଗତ ଅଧିକାର, ଗୋଷ୍ଠିଗତ ଜଙ୍ଗଲ ପରିଚାଳନା ଅଧିକାର ଉପରେ ଆଲୋଚନା ହୋଇଥିଲା। ବ୍ଲକ ରେ ୧୨୯ ଟି ଯୋଗ୍ୟ ଗାଁ ଥିବା ବେଳେ ଅନେକ ଉପଖଣ୍ଡ ସ୍ତରୀୟ କମିଟି ପାଖକୁ ଯାଇଛି। ବାକି ଗାଁ ରେ ନୂତନ ଜଙ୍ଗଲ ଅଧିକାର କମିଟି ଗଠନ ସହ ତୁରନ୍ତ ଲକ୍ଷ ହାସଲ ପାଇଁ ଜଙ୍ଗଲ, ରାଜସ୍ବ, ପଞ୍ଚାୟତ ରାଜ, ମଙ୍ଗଳ ବିଭାଗ ସମନ୍ଵୟ ରଖି କୁ ଆଲୋଚନା ହୋଇଥିଲା। ବୈଠକ ରେ ବାନପାଲ ସୁଧୀର କୁମାର ଜେନା, ଅରବିନ୍ଦ ଧରୁଆ, ବିପିନ ବିହାରୀ ସାହୁ, ରାଜସ୍ବ ନୀରିକ୍ଷକ ଦୀପକ ସାହୁ, ବ୍ଲକ ସଂଯୋଜକ ରଘୁ ନାଥ ରଣା, ଏଫ୍ ଇ ଏସ ମାଷ୍ଟର ଟ୍ରେନର ଅଭୟ ତ୍ରିପାଠୀ,ନାରାୟଣ ସାହୁ ସମେତ ବନପାଲ, ରାଜସ୍ବ ନୀରିକ୍ଷକ, ମୋ ଜଙ୍ଗଲ ଜମି ଯୋଜନା ସ୍ବେଚ୍ଛାସେବୀ, ଏଫ୍ ଏର୍ ଏ ସେଲ ସଂଯୋଜକ ଉପସ୍ଥିତ ଥିଲେ, ସୁଶାନ୍ତ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.