ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା } ଓଡ଼ିଶାର ଅନ୍ୟତମ ପ୍ରାଚୀନ ଭଞ୍ଜ ସାରସ୍ବତ ପୀଠ ଭଞ୍ଜନଗର “ଭଞ୍ଜ ସାହିତ୍ୟ ପରିଷଦ” ଠାରେ ବସନ୍ତପଞ୍ଚମୀ ତିଥିରେ ୮୦ତମ ଭଞ୍ଜ ଜୟନ୍ତୀ ଉପଲକ୍ଷେ ପ୍ରବନ୍ଧ, ବକ୍ତୃତା ଏବଂ ଭଞ୍ଜସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ତୃତୀୟ ଶ୍ରେଣୀ ଠାରୁ କଲେଜ ସ୍ତର ଯାଏଁ ହୋଇଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗଦେଇଥିବା ବେଳେ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡା, ଡକ୍ଟର ଦିଲୀପ କୁମାର ପ୍ରଧାନ, ଅଧ୍ୟାପକ ଦୁର୍ଗା ମାଧବ ଦାଶ, ଅଧ୍ୟାପକ ଅଶୋକ କୁମାର୍ ସ୍ଵାଇଁ,ଶ୍ୟାମା ପ୍ରସାଦ ମିଶ୍ର, ଅଧ୍ୟାପକ ଲୋକନାଥ ମାହାନ୍ତି, ଗଣେଶ କୁମାର ସେଠୀ ଏବଂ ରୋଜି ପ୍ରଧାନ ପ୍ରମୁଖ ବିଚାରକ ଭାବେ ଯୋଗଦେଇ ସମସ୍ତ ପ୍ରତିଯୋଗିତାର ସୁଚାରୁରୂପେ ପରିଚାଳନା କରିଥିଲାବେଳେ ନାଟ୍ୟ ନିର୍ଦ୍ଦେଶକ ତଥା ମଞ୍ଚଶିଳ୍ପୀ ଉପେନ୍ଦ୍ର କୁମାର ଶତପଥୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ପର୍ଯ୍ୟବେକ୍ଷଣ କରିଥିଲେ । ଏବଂ ଏଥିରେ ବିଶ୍ବମ୍ବର ଜେନା ଗୁରୁ ଦାୟିତ୍ବ ବହନ କରି ସମସ୍ତ କାର୍ଯ୍ୟର ପରିଚାଳନା ରେ ସହଯୋଗ କରିଥିଲେ। ପ୍ରକାଶ ଥାଉ କି ଏବର୍ଷ ହେବାକୁ ଥିବା ଭଞ୍ଜ ଜୟନ୍ତୀ ସମାରୋହରେ ସ୍ଥାନୀୟ ଵିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଵା ପାଇଁ ସ୍ଵୀକୃତି ଦେଇଥିଲା ବେଳେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ସମ୍ମାନିତ ଅତିଥି ଭାବେ ଏବଂ ଓଡ଼ିଶାର ଖ୍ୟାତନାମା ଭଞ୍ଜ ସାହିତ୍ୟ ପ୍ରଵଚକ ଡ଼ା କୃଷ୍ଣ କେଶବ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାଵେ ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି।ଏଥିସହ ଭଞ୍ଜ ସାହିତ୍ୟ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସାହିତ୍ୟିକ ଡକ୍ଟର କମ୍ଵୁପାଣି ସାମନ୍ତଙ୍କୁ ଭଞ ସାହିତ୍ୟ ପରିଷଦ ତରଫରୁ “ଭଞ୍ଜଜ୍ୟୋତି ” ସମ୍ମାନ ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି। ୮୦ ତମ ” ସାମ୍ବତ୍ସରିକ ଭଞ୍ଜ ଜୟନ୍ତୀ” ସମାରୋହ ୨୦୨୫ ସ୍ଥାନୀୟ ଭଞ୍ଜ ସାହିତ୍ୟ ପରିଷଦ ରେ ଫେବୃଆରୀ ୨ ତାରିଖ ୨୦୨୫ ରବିବାର ଦିନ ସଂଧ୍ୟା ସମୟରେ ପାଳନ ନିମନ୍ତେ ସମସ୍ତ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି।
Sign in
Sign in
Recover your password.
A password will be e-mailed to you.
Prev Post