କେନ୍ଦୁଝର,ତା୨୯/୧-ଜିଲ୍ଲା ପ୍ରଶାସନ କେନ୍ଦୁଝର ଓ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ)ଙ୍କ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଓଡ଼ିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟରେ ଦୁଇ ଦିନିଆ ନିଯୁକ୍ତି ମେଳା ଆଜି ଉଦଘାଟିତ ହୋଇଯାଇଛି । ଆଜି ପ୍ରଥମ ଦିନରେ ୮ ଗୋଟି ବ୍ଲକ ଯଥା କେନ୍ଦୁଝର ସଦର, ତେଲକୋଇ, ବାଂଶପାଳ, ଝୁମ୍ପୁରା, ଯୋଡ଼ା, ସାହାରପଡା ଓ ପାଟଣା ବ୍ଲକର ଆଶାୟୀ ଯୁବକ ଯୁବତୀ ମାନଙ୍କ ପାଇଁ ଏହି ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନିଯୁକ୍ତି ମେଳାରେ ୪୦ ଗୋଟି ବେସରକାରୀ ସଂସ୍ଥା ଓ ୧୦ ଗୋଟି କାର୍ଯ୍ୟକ୍ରମ ପ୍ରଣୟନ ସଂସ୍ଥା ଯୋଗ ଦେଇଥିବା ବେଳେ ଅନ୍ୟୁନ ୨ ହଜାରରୁ ଉର୍ଦ୍ଧ୍ଵ ନିଯୁକ୍ତି ଆଶାୟୀ ପଞ୍ଜିକରଣ କରିଥିଲେ ।ପ୍ରଥମ ଦିନରେ ୧୨୦ ଜଣ ପ୍ରାର୍ଥୀ ପ୍ରାର୍ଥୀନୀ ସିଧାସଳଖ ଚୟନ ହୋଇ ନିଯୁକ୍ତି ପତ୍ର ପ୍ରାପ୍ତ କରିଥିଲେ । ଆଜିର ଏହି ଉଦଘାଟନୀ ସମାରୋହକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କେନ୍ଦୁଝଗଡ ପୌରାଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ଖଣି ଯାନ୍ତ୍ରିକ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀ ମନ୍ମଥ ମାଝୀ, ରଜାବର ରାଏ, ଓ ଜିଲ୍ଲା ନିୟୋଜନ ତଥା ଦକ୍ଷତା ବିକାଶ ଅଧିକାରୀ ଶ୍ରୀ ଗଣେଶ୍ୱର ନାୟକ ଯୋଗ ଦେଇଥିଲେ । ମାନ୍ୟବର ଅତିଥିବୃନ୍ଦ ଏହି ନିଯୁକ୍ତି ମେଳାରେ ଯୋଗ ଦେଇଥିବା ସମସ୍ତ ଆଶାୟୀ ମାନଙ୍କୁ ପ୍ରେରଣାଦାୟୀ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ୟଙ୍ଗ ପ୍ରଫେସନାଲ ବିଶାଲ ଜୟସ୍ବାଲ ପରିଚାଳନା କରିଥିଲା ବେଳେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.