ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଧନ୍ଦାମୂଳକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା କୌଶଳ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ସମାପନ ହୋଇଯାଇଛି।
ଆଠଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ତଥା ଆତ୍ମ ସୁରକ୍ଷା କାର୍ଯକ୍ରମ ଜିଲ୍ଲା ସଂଯୋଜିକା ଡ. ମନସ୍ଵିନୀ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଉଦଯାପନ ଦିବସରେ ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ. ଯତୀନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଛାତ୍ରୀମାନଙ୍କୁ ସଙ୍ଘର୍ଷରତ ନାରୀ ଜୀବନ ଉପରେ ନିଜର ଅନୁଭୂତି ଆଧାରିତ ଗୁରୁତ୍ଵପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ। ଏତଦବ୍ୟତୀତ ସେ ନାରୀ ସୁରକ୍ଷା ଆଇନ ଏବଂ ପକସୋ ଆଇନ ଉପରେ ଆଲୋକପାତ କରିବା ସହ ପ୍ରଶିକ୍ଷିତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ବିତରଣ କରିଥିଲେ।
ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଡ. ମନସ୍ବିନୀ ଦାଶ ସଭା ପରିଚାଳନା କରିଥିବାବେଳେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜିକା କ୍ୟାପଟେନ ଅନୀତା କୁମାରୀ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରଶିକ୍ଷିକା ଛାତ୍ରୀମାନେ ମଧ୍ୟ ତାଙ୍କ ଅନୁଭୂତି ବାଣ୍ଟିଥିଲେ। ଉତ୍ସବକୁ ସଫଳ କରିବାରେ ସମସ୍ତ ଶିକ୍ଷକ , ଅଣଶିକ୍ଷକ ଏବଂ ପ୍ରଶିକ୍ଷିକା ଛାତ୍ରୀମାନେ ବିଶେଷ ସହଯୋଗ କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ତଥା ଅର୍ଥନୀତି ଅଧ୍ୟାପକ ଶ୍ରୀ ଭଗବାନ ରାଉତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post