ବନପାଳ ସରିତା ବରାଳଙ୍କୁ ମିଳିଲା ଝାନସିରାଣୀ ଲକ୍ଷ୍ମୀବାଇ ସମ୍ମାନ

2

ଓଡଗାଁ, ୨୯।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ବନପାଳ ସରିତା ବରାଳ ପାଇଲେ ଝାନସିରାଣୀ ଲକ୍ଷ୍ମୀବାଇ ସମ୍ମାନ। ତାଙ୍କର ଦୁଃସାହସିକ ପଦକ୍ଷେପ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ତାତ୍ପର୍ଯ୍ୟ ପୂର୍ଣ୍ଣ ଅବଦାନ ପରିପ୍ରେକ୍ଷୀରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଏଭରଗ୍ରିନ ଫୋରମ୍ ଦ୍ବାରା ଜାନୁଆରୀ ୨୭ ତାରିଖରେ ଜୟଦେବ ଭବନ ଭୁବନେଶ୍ଵର ଠାରେ ଆୟୋଜିତ ଓଡ଼ିଶା ଓମେନ୍ସ କନକ୍ଳେଭ ୨୦୨୪/୨୫ ମଞ୍ଚରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ଡ଼. ଶୁଭଶ୍ରୀ ନନ୍ଦ, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ଡ. ପଦ୍ମଜା ମିଶ୍ର, ସହଯୋଗୀ ପ୍ରଫେସର ଏବଂ ବିଭାଗୀୟ ମୁଖ୍ୟ ଇଟିସି ଟ୍ରାଇଡେଣ୍ଟ ଏକାଡେମି ଅଫ ଟେକ୍ନୋଲୋଜି ଭୁବନେଶ୍ବର ତଥା ଉପାଧ୍ୟକ୍ଷା ଏଭରଗ୍ରିନ ଫୋରମ୍ ଡ. ମିଲି ପାଣିଗ୍ରାହୀ, ଉତ୍କଳ ବିଶ୍ୱବିଦ୍ୟାଳୟ ମହିଳା ଅଧ୍ୟୟନ ବିଭାଗ ତଥା ଅଧ୍ୟକ୍ଷା ଓଡ଼ିଶା ମହିଳା କନକ୍ଳେଭ ଡ. ସଂଯୁକ୍ତା ସାହୁ, ସହାୟକ ପ୍ରଫେସର ସ୍କୁଲ ଅଫ୍ ଓମେନ୍ସ ଷ୍ଟଡିଜ ଉତ୍କଳ ବିଶ୍ୱବିଦ୍ୟାଳୟ, ଡ. ସ୍ନିଗ୍ଧା ରାଣୀ ବେହେରା ପ୍ରମୁଖ କ୍ଷାତି ସମ୍ପନ୍ନ ବ୍ୟକ୍ତିତ୍ବ ମାନଙ୍କ ଦ୍ଵାରା ସରିତାଙ୍କୁ ଏହି ଆଓ୍ବାଡରେ ଟ୍ରଫି ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ସରିତା ଉଦ୍ଭିଦ ବିଜ୍ଞାନ ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ୨୦୧୨ ମସିହାରେ ବନପାଳ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ । ସେ ସାହାସିକତାର ସହିତ ଜୀବନକୁ ବାଜି ଲଗାଇ ସଂରକ୍ଷିତ ଜଙ୍ଗଲରୁ କାଠ, ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ସହିତ ବନ୍ୟଜନ୍ତୁ ଶିକାର ରୋକିବା, ଜଙ୍ଗଲରେ ନିଆଁ ନିୟନ୍ତ୍ରଣ କରିବା, ବୃକ୍ଷ ରୋପଣ ଏବଂ ଆଦ୍ରତା ସଂରକ୍ଷଣରେ ତାଙ୍କର ଭୁମିକା ଥିଲା ଅତିବ ଗୁରୁତ୍ବପୁର୍ଣ୍ଣ । ୪ ବର୍ଷ ମଧ୍ୟରେ ୧୫୦ ଜଣଙ୍କ ନାମରେ ଓଆର ମାମଲା ରୁଜୁ କରି କୋଟ ଚାଲାଣ କରିଥିଲେ । ୧ ଶହଟି ଅଚିହ୍ନା ମାମଲାରେ ୧ ହଜାର ଘନଫୁଟ କାଠ ଜବତ କରିବା ସହିତ ୧୬ ମୋଟରଯାନ ଓ ବନ୍ଧୁକ ଜବତ୍ କରି ୪୩ ଜଣକୁ ଗିରଫ କରିଥିଲେ । କାର୍ଯ୍ୟ ନିପୂଣତା ପାଇଁ ୨୦୧୯/୨୦/୨୧ ମସିହାରେ ଲଗାତାର ୩ ବର୍ଷ ପାଇଁ ଜିଲ୍ଲା ସ୍ତର ସହିତ କର୍ମକ୍ଷେତ୍ରରେ ନିଜର ପାରଦର୍ଶିତା ପାଇଁ ପୁରସ୍କୃତ ହୋଇଥିଲେ । ସବିତାଙ୍କୁ ଝାନସିରାଣୀ ଆଓ୍ବାଡ ମିଳିବା ପରେ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ସହକାରୀ ବନ ସଂରକ୍ଷକ ହିମାଂଶୁ ଶେଖର ମୁଦୁଲି, ସତ୍ୟଜିତ କର, ହିମାନୀ ନାୟକଙ୍କ ସହିତ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକ ଓ ଅନ୍ୟ ସମସ୍ତ ବନ କର୍ମଚାରୀ ଏବଂ ବନ୍ଧୁ ଓ ପରିବାର ବର୍ଗ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.