ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୮/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ଅଧୀନ ବଦଳି ଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ମେଦନା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁମିତ୍ରା ମାଝୀ ଓ ଅଞ୍ଚଳା ଗ୍ରାମ ପଞ୍ଚାୟତ ସରପଞ୍ଚ ରମେଶ ମାଝୀ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ପ୍ରଥା ଶ୍ରେଣୀରୁ ତୃତୀୟ ଶ୍ରେଣୀ ପଢୁଥିବା ପିଲା ଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହାସଲ କରିବା ଏହି ନିପୁଣ ଓଡିଶା ର ମୂଳ ଲକ୍ଷ୍ୟ ରହିଥିବା ବେଳେ ଏହି ସମୟ ମଧ୍ୟରେ ପିଲା ଲେଖିବା,ପଢ଼ିବା,ଗଣିତ ଜ୍ଞାନ ହାସଲ କରିବା ଆଦି ଲକ୍ଷ୍ୟ ରହିଛି। ବିଶେଷ କରି ପ୍ରଥା ରୁ ତୃତୀୟ ଶ୍ରେଣୀର ପିଲାଙ୍କ ମୂଳଦୁଆ ସୁଦୃଢ଼ ହୋଇପାରିଲେ ସେମାନେ ଆଗକୁ ବଡିବା ସହଜ ହେବା ସହ ବିଭିନ୍ନ କୌଶଳ ହାସଲ କରିବେ । ସେମାନଙ୍କ ବ୍ୟକ୍ତିତ୍ଵ ବିକାଶ ହୋଇ ପାରିବ । ଏ ନେଇ ଅତିଥି ମାନେ ଉପସ୍ଥିତ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କୁ ନିୟମିତ ବିଦ୍ୟାଳୟ ଆସିବା ସହ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହାସଲ କରିବାକୁ ବିଭିନ୍ନ ଉପଦେଶ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ମେଦନା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେମେନ୍ଦ୍ର ନାଥ ବେହେରା ସଞ୍ଚାଳନ କରିଥିବା ବେଳେ ମେଦନା କ୍ଲଷ୍ଟର ର ୧୬ ଗୋଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ,ୱାର୍ଡ ମେମ୍ବର,ଅଙ୍ଗନୱାଡି କର୍ମୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post