ବାଣପୁର ପୋଲିସ ତରଫରୁ ସଡ଼କ ନିରାପତ୍ତା ସଚେତନତା

2

ବାଣପୁର:(ସେକ କୌସର):ମଙ୍ଗଳବାର ଅପରାହ୍ନରେ ବାଣପୁର ପୋଲିସ ଏବଂ ଖୋର୍ଦ୍ଧା ଏମଭିଆଇର ମିଳିତ ଆନୁକୂଲ୍ୟରେ ଏକ ସଡ଼କ ନିରାପତ୍ତା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ପୋଲିସ ଅଧିକାରୀ, ଆରଟିଓ, ଏବଂ ଏମଭିଆଇ ଅଧିକାରୀ ମାନେ ସାମିଲ ହୋଇଥିଲେ।ସଚେତନତା ରାଲି ମହାବିଦ୍ୟାଳୟରୁ ବାହାରି ବାଣପୁର ବଜାର ଅଞ୍ଚଳ ଦେଇ ବାଣପୁର ଥାନାରେ ସମାପ୍ତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ସଡ଼କ ନିରାପତ୍ତା ସମ୍ପର୍କୀୟ ବିଭିନ୍ନ ପ୍ଲାକାର୍ଡ ଧରିବା ସହ ସ୍ଲୋଗାନ ଦେଇ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ। ମୁଖ୍ୟତଃ ମଦ ପିଇ ଗାଡି ନ ଚଳାଇବା, ହେଲମେଟ ପିନ୍ଧିବା, ଚାରିଚକିଆ ଯାନରେ ସିଟବେଲ୍ଟ ବାନ୍ଧିବା ଏବଂ ଦ୍ରୁତ ଗତିରେ ଗାଡି ନ ଚଲାଇବାକୁ ସଚେତନ କରାଯାଇଥିଲା।ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତାଙ୍କ ସହ ଏସଆଇ ପ୍ରଦୀପ୍ତ ସ୍ୱାଇଁ, ସୁକାନ୍ତ ଦଳାଇ, ଏଏସଆଇ ସଞ୍ଜୟ କୁମାର ପାତ୍ର ଯୋଗ ଦେଇଥିବା ବେଳେ ସନତ କୁମାର ଜେନା, ଆରଟିଓ ଅଧିକାରୀ ଭୁବନେଶ୍ୱର ୨, ସସ୍ମିତା ବେହେରା ଏମଭିଆଇ ଭୁବନେଶ୍ୱର ୨, ଅରବିନ୍ଦ ନାୟକ, ଅତିରିକ୍ତ ଆରଟିଓ ଅଧିକାରୀ, ଖୋର୍ଦ୍ଧା, ହରେକୃଷ୍ଣ ମହାପାତ୍ର ଖୋର୍ଦ୍ଧା ଟ୍ରାଫିକ ଇନ୍ସପେକ୍ଟର, ଟ୍ରାଫିକ ସବ ଇନ୍ସପେକ୍ଟର ସ୍ମୃତିରେଖା ଜେନା ଯୋଗ ଦେଇଥିଲେ।

Leave A Reply

Your email address will not be published.