ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର

2

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ରେ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ଵିତୀୟ ଚକ୍ର ସାମାଜିକ ସମୀକ୍ଷା ର ବ୍ଲକ ସ୍ତରୀୟ ଜନଶୁଣାଣୀ ବୈଠକ ବିଡ଼ିଓ ଦିଲ୍ଲୀପ କୁମାର ବାଡ଼ାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳଙ୍କ ପ୍ରତିନିଧି ରୂପେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ କୁମାର ମେହେର ନୋଡାଲ ଅଧିକାରୀ ଭାବେ ଯୋଗ ଦେଇଥିଲେ |
ଏହି ଜନ ଶୁଣାଣି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ଅଧକ୍ଷ୍ୟା ସୁପାର ଠେଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧକ୍ଷ ମକରଧ୍ୱଜ ସାହୁ, ସହକାରୀ ଯନ୍ତ୍ରୀ ସୁବନାଥ ମାଝୀ , ଜନ ଶୁଣାଣି କମିଟି ସଦଶ୍ୟ ମାନେ ଯୋଗ ଦେଇ ମନରେଗାର ସଫଳ ରୂପାୟନ ପାଇଁ ଜନସାଧାରଣ, ଜନପ୍ରତିନିଧି, ଵିଭାଗୀୟ ଅଧିକାରୀଙ୍କ ମିଳିତ ପ୍ରଚେଷ୍ଟା ଅତ୍ୟନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଏହି କ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜୀବନ ଜୀବିକାର ସୁରକ୍ଷା କୁ ନିଶ୍ଚିତ କରିବା ପାଇଁ ମହାତ୍ମା ଗାନ୍ଧୀ ନରେଗା ଯୋଜନା ର ଉଦ୍ଦେଶ୍ୟ ବୋଲି କହିଥିଲେ ଏବଂ ଏହି କ୍ରମରେ ଜଳ ସଂରକ୍ଷଣ ତଥା ଭୂତଳ ଜଳ ସ୍ତର ରେ ଉନ୍ନତି ପାଇଁ ନୂତନ ପୋଖରୀ ଖନନ ସହ ନୂତନ ଅମୃତ ସରୋବର ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ଏବଂ ଏହି ଯୋଜନାରେ ଅର୍ଥ ପ୍ରତିବନ୍ଧକ ନ ହେବାର ପ୍ରତିଶ୍ରୁତି ଦେଇଥିଲେ। ସାମାଜିକ ସମୀକ୍ଷକ ସଞ୍ଜୟ କୁମାର ବଡମାଲି ସମୀକ୍ଷା ସମୟରେ ଦୃଷ୍ଟି ଗୋଚର କୁ ଆସିଥିବା ୫୨ ଗୋଟି ତ୍ରୁଟି ଓ ଅନିୟମିତତା ର ବିବରଣୀ ଉପସ୍ଥାପନ ରେ ବିଭିନ୍ନ ପଂଚାୟତ ତଥା ବିଭିନ୍ନ ବିଭାଗ କୁ ପ୍ରାୟ ୬୬୪୬୪/-ଟଙ୍କା ର କାରଣ ଦର୍ଶାଇବା ସହ ଜରିମାନା ପାଇଁ ଅବଗତ କରାଇଥିଲେ। ଏହା ସହିତ ଅଭିଯୋଗ ଶୁଣାଣି ରେ ଅନେକ ଗଠନମୂଳକ ପ୍ରସ୍ତାବ ସହ ଗ୍ରାମୀଣ ଭିତ୍ତିଭୂମି ବିକାଶ ତଥା ପରିମଳ ସ୍ୱଚ୍ଛତା ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନର ଅଧିକ ବିନିଯୋଗ କରିବା ପାଇଁ ସମସ୍ତଙ୍କୁ ନିର୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ଲକର ସମସ୍ତ କର୍ମଚାରୀ, ବନବିଭାଗ ଅଧିକାରୀ , ଜଳଛାୟା ବିଭାଗ ଅଧିକାରୀ, କେନାଲ ବିଭାଗୀୟ ଯନ୍ତ୍ରୀ, ସମସ୍ତ ସରପଂଚ, ସମିତି ସ୍ଵଭ୍ୟ/ସଭ୍ୟା, ସମସ୍ତପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଡିଓ, ଜିଆରଏସ, ଭିଆରପି, ମେଟ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଶତାଧିକ ହିତାଧିକାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ପ୍ରଦ୍ୟୁମ୍ନ ସାହୁ ପରିଚାଳନା କରିଥିବା ବେଳେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଆନନ୍ଦ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.