ଉପଖଣ୍ଡ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

2


ଗୁଣପୁର ତା: ୨୬.୦୧.୨୦୨୫ରିଖ ଦିନ ଗୁଣପୁର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଗୁଣପୁର ଉପ ଜିଲ୍ଲାପାଳ କିରନଦୀପ କୌର ସହୋତା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ବିଧାନ ଏକ ମହତ୍ୱପୂର୍ଣ୍ଣ ଓ ଭାରତୀୟ ଗଣତନ୍ତ୍ରର ସ୍ୱାଭିମାନ ଜନ ମାନସର ମହାନ ସହାୟତା ହେବା ସହ ସମ୍ବିଧାନ ପ୍ରଣୟନ, କାର୍ଯ୍ୟକାରିତା, ଲୋକଙ୍କ ପାଇଁ ସୁସାଶନର ପ୍ରତିବଦ୍ଧତା ହିଁ ଆଜିର ଦିନର ମୁଖ୍ୟ ଆହ୍ୱାନ ବୋଲି ମୁଖ୍ୟ ଅତିଥି ନିଜ ବ୍ୟକ୍ତବରେ କହିଥିଲେ । ଭୋର ୦୪.୩୦ମି ସମୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ରାମଧୁନ, ୦୫.୩୦ମି ରେ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ରଠାରୁ ପ୍ରଭାତଫେରି ଅନୁଷ୍ଠିତ ହୋଇଥିଲା । ସକାଳ ୦୭.୦୦ଘଟିକା ସମୟରେ ମୁଖ୍ୟ ଅତିଥି, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ପୋୖର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ନିର୍ବାହୀ ଅଧିକାରୀ ଶୁଭ୍ରଞ୍ଜଳି ପ୍ରଧାନ ପ୍ରମୁଖ ସହରରେ ସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ୦୭.୩୦ମି ସମୟରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ । ସକାଳ ୦୮.୩୦ ମିନିଟ ସମୟରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ମୁଖ୍ୟ ଅତିଥି ତଥା ଉପ ଜିଲ୍ଲାପାଳ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ୟାରେଡ଼ରେ ବରିଷ୍ଠ ଦଳରେ ଗୁଣପୁର ମହାବିଦ୍ୟାଳୟ ପ୍ରଥମ ସ୍ଥାନ ଥୟାରାମ୍ମା ମହିଳା ମହାବିଦ୍ୟାଳୟ ଦ୍ଵିତୀୟ କନିଷ୍ଠ ବର୍ଗରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ ଦ୍ଵିତୀୟ, ସିଭିଲିଆନରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ବିକ୍ରମପୁର ପ୍ରଥମ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଚନ୍ଦ୍ରପୁର ଦ୍ଵତୀୟ, ଜଗନ୍ନାଥ ପବ୍ଲିକ ସ୍କୁଲ ମାସ ଡ୍ରିଲରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଦ୍ଵତୀୟ ଭାରତୀୟ ସଂରକ୍ଷିତ ବାହିନୀର ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରଞ୍ଜଳି ପ୍ରଧାନ, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା, ବ୍ଲକ ବିତ୍ତୀୟ ଅଧିକାରୀ ଉମାକାନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ । ପ୍ୟାରେଡ଼ ପରେ କୌତୁକ ପୋଷାକ ପ୍ରତିଯୋଗିତା, ମାସଡ୍ରିଲ ଅନୁଷ୍ଠିତ ହୋଇଥିଲା । ଅତିଥିମାନେ ମଞ୍ଚ ଉପରୁ ସମସ୍ତ ପୁରସ୍କାର ବିତରଣ କରିବା ସହ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିଥିବା ସମସ୍ତ ୨୬ଗୋଟି ଦଳକୁ ମାନପତ୍ର ପ୍ରଦାନ ଓ କ୍ରୀଡା ପ୍ରତିଯୋଗିତା କରାଇଥିବା ସମସ୍ତ ପିଇଟି, ସପନ ଦାସ, ରାମ ଗୌଡ଼, କମଳାକାନ୍ତ ଖୁଣ୍ଟିଆ ପ୍ରମୁଖଙ୍କ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରାଙ୍କ ତତ୍ୱବଧାନରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜସ୍ୱ ସହାୟକ ନନ୍ଦିତା ଶବର, ଯସ୍ମୀନ ଭୂୟାଁ, ସୂଚନା ଓ ଲୋକ ସମ୍ପର୍କର ଅନନ୍ତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

Leave A Reply

Your email address will not be published.