ମହାବୀର ୟୁଥ କ୍ଲବ ପକ୍ଷରୁ ପଞ୍ଚମ ବାର୍ଷିକ ଉତ୍ସବ

0 2

 ଚିଲିକା;(ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମ ପଂଚାୟତ ହନୁମନ୍ତ ଗ୍ରାମରେ ମହାବୀର ୟୁଥ କ୍ଲବ ପକ୍ଷରୁ ପଞ୍ଚମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି । ଏହି ବାର୍ଷିକ ଉତ୍ସବ ମହାବୀର ୟୁଥ କ୍ଳବର ଯୁବ ଗୋଷ୍ଠୀ ମାନଙ୍କ ଦ୍ୱାରା ୨୦୨୦ ମସିହାରୁ ଆରମ୍ଭ ହେଇ ଗ୍ରାମ ବାସିଙ୍କ ସହଯୋଗ ରେ ପାଞ୍ଚ ବର୍ଷ ହେଲା ଧୁମ ଧାମର ସହିତ ପାଳନ କରି ଆସୁଛନ୍ତି ବାର୍ଷିକ ଉତ୍ସବ । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସୋରଣର ସମାଜ ସେବୀ ବାଦଲ ଚମ୍ପତି… କାଳୁପଡ଼ା ଘାଟ ହାଇ ସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ଶଶାଙ୍କ ପଟନାୟକ ଏବଂ ସୋରଣର ପୂର୍ବତନ ସରପଞ୍ଚ ରତିକାନ୍ତ ବୈରୀଗଞ୍ଜନ । ଏହି କାର୍ଯ୍ୟକ୍ରମରେ ମହାବୀର ୟୁଥ କ୍ଲବର ସଭପତି ବିଶ୍ୱଜିତ ସ୍ବାଇଁ ନିଜର ସଭାପତିତ୍ୱ କାର୍ଯ୍ୟକ୍ରମ ତୁଲାଇ ଥିବା ବେଳେ ସମ୍ପାଦକ ମିଲୁ ସ୍ବାଇଁ ଙ୍କ ନେତୃତ୍ୱରେ ଗ୍ରାମର ଛୋଟ ବଡ଼ କଳାକାର ମାନେ ନିଜେ ନିଜର କଳା ମାଧ୍ୟମରେ ସଂଗୀତ ଗାଇବା ସହିତ ନୃତ୍ୟ ପରିବେଷଣ କରାଯାଇଥିଲା ଓ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କୁ ଟ୍ରପି ପ୍ରଦାନ କରିଥିଲେ ଜୁବ ସମାଜ ସେବୀ ଵାଦଲ କୁମାର ଚମ୍ପତି l

Leave A Reply

Your email address will not be published.