ଇଲେକଟ୍ର ହୋମିଓ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

0 2

(ଶାସକ – ପ୍ରଶାସକ ) ମୟୂରଭଞ୍ଜ ଜିଲ୍ଳା ଝାରପୋଖରିଆ ଠାରେ ଥିବା ଇଲେକ୍ଟ୍ର ହୋମିଓ ଇନଷ୍ଟିଚ୍ୟୁଟ ହତା ମଧ୍ୟରେ ଅଞ୍ଚଳର କିଛି ହମିଓ ଡାକ୍ତର ଏବଂ କିଛି ସେଚ୍ଛାସେଵୀ ମାନଙ୍କୁ ନେଇ ଏକ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଭାପତି ଡ଼ଃ ଚୂଡ଼ାମଣି ପାତ୍ର ଙ୍କ ସଭାପତିତ୍ବ ରେ ଉପସ୍ଥିତ ଡ଼ାକ୍ତର ଏବଂ ସେଛାସେଵୀ ମାନଙ୍କ ଦ୍ଵାରା ଉକ୍ତ ଚିକିତ୍ସାଳୟ ପ୍ରତିଷ୍ଠା ବିଷୟରେ ପଙ୍ଖାନୁପୁଙ୍ଖ ଭାବେ ଆଲୋଚନା ଓ ସମାଲୋଚନା କରି ଅଞ୍ଚଳର ପ୍ରତ୍ୟେକ ବିଭିନ୍ନ ପ୍ରକାର ରୋଗୀ ମାନଙ୍କୁ , ଏଲେକ୍ତ୍ର ହୋମିଓ ଡାକ୍ତର ଙ୍କ ଦ୍ଵାରା, ପ୍ରତ୍ୟେକ ଦିନ ମାଗଣା ଚିକିତ୍ସା ଦେବା ସହିତ ଔଷଧ ମଧ୍ୟ ବିତରଣ କରିବାର ବ୍ୟବସ୍ଥା କରାଯିବାର ସିଦ୍ଧାନ୍ତ ନିଆଗଲା । ତେବେ ଉକ୍ତ ଦାତବ୍ୟ ଚିକିତ୍ସାଳୟ ଟି ଆସନ୍ତା ତା ୨୯ /୧/୨୦୨୪ ରିଖ ଦିନ ଦିବା ୧ ଘଟିକା ସମୟରେ ଓଡ଼ିଶା ମାନ୍ୟବର ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ କର କୋମଳ ରେ ଝାରପୋଖରିଆ ନିକଟବର୍ତ୍ତୀ ସତସଙ୍ଗ ବିହାର ନିକଟସ୍ଥ ଅର୍ଜୁନ ଡିହା ଠାରେ ଉଦଘାଟନ କରିବା ପାଇଁ ବୈଠକରେ ଉପସ୍ଥିତ ସମସ୍ତଙ୍କ ନିଷ୍ପତ୍ତି କ୍ରମେ ସିଦ୍ଧାନ୍ତ ନିଆଗଲା ସଭା କାର୍ଯ୍ୟ ଶେଷ ରେ ଡ଼ଃ ସରୋଜ କୁମାର ନାୟକ ସଭାପତି ଙ୍କୁ ଧନ୍ୟବାଦ୍ ଦେବା ସହିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ସଭାକାର୍ଯ୍ୟ କୁ ସମାପ୍ତ କରାଯାଇଛି । ମୟୂରଭଞ୍ଜ ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ।

Leave A Reply

Your email address will not be published.