ବାଲୁଗାଁ:(ସେକ କୌସର ):ବାଲୁଗାଁ ସ୍ଥିତ ଶାଳିଆ ପ୍ରେସ କ୍ଲବରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।କ୍ଲବ ସଭାପତି ଅଜିତ କୁମାର ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ସମସ୍ତ ସଦସ୍ୟଙ୍କ ଗହଣରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଭାରତ ମାତାକୀ ଜୟ ଏବଂ ମହାପୁରୁଷ ମାନଙ୍କ ଜୟ ଗାନ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା କ୍ଲବ ପରିସର।ଏହିଅବସରରେ ସଭାପତି ଶ୍ରୀ ସାହୁଙ୍କ ନେତୃତ୍ୱରେ ଶାଳିଆ ପ୍ରେସ କ୍ଲବ କୋର କମିଟି ସଦସ୍ୟମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।ସଂଘକୁ ସୁଦୃଢ କରିବା,ଚଳିତ ବର୍ଷ ବିଭିନ୍ନ ଜନହିତକର କାର୍ଯ୍ୟକୁ ଗୁରୁତ୍ୱ,ନିରପେକ୍ଷ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଏବଂ ସଂଘୀୟ ମନୋବଳକୁ ଆଗେଇ ନେବାପାଇଁ ଆଲୋଚନା କରାଯାଇଥିଲା।ଉକ୍ତ ବୈଠକରେ ସଂଘର ନୂତନ ପରାମର୍ଶଦାତା ଭାବେ ସଞ୍ଜୀବ ସେନାପତି ଓ ତ୍ରିଲୋଚନ ସାହୁ,ଆଇନ ପରାମର୍ଶଦାତା ଭାବେ ସିତାରାମ ଅଗ୍ରୱାଲ ଓ ପ୍ରଦୀପ କୁମାର ସେଠୀ,ଉପସଭାପତି ଭାବେ ଶିବଶକ୍ତି ଶାସମଲ,ସମ୍ପାଦକ ଭାବେ ଅରୁଣ କୁମାର ପଣ୍ଡା,ସହ ସମ୍ପାଦକ ଭାବେ ମନୋରଞ୍ଜନ ବେହେରାଙ୍କୁ ମନୋନୀତ କରାଯାଇଥିଲା।ସଂଘ ପକ୍ଷରୁ ସମସ୍ତ ନୂତନ କାର୍ଯ୍ୟକର୍ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।କୋଷାଧ୍ୟକ୍ଷ ସୁଧୀର କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.