ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

0 1

ଓଡ଼ଗାଁ,୨୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଭୁବନେଶ୍ଵର – ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥର ରୋହିବାଙ୍କ ସମ୍ଭବ ସ୍ବେଛାସେବୀ ଅନୁଷ୍ଠାନ ନିକଟରେ ଶନିବାର ରାତି ପ୍ରାୟ ୯ଟା ବେଳେ ଦୁର୍ଘଟଣା ସ୍ଥଳରେ ସାଇକେଲ ଅଛି।ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।ମୁଣ୍ଡରେ ଗାଡ଼ି ମାଡ଼ି ଯାଇଥିବାରୁ ଦୁର୍ଘଟଣା ଗ୍ରସ୍ତ ମୃତ ଶରୀରକୁ ଚିହ୍ନିବା ମୁସ୍କିଲ ହୋଇଥିଲା। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବ୍ୟକ୍ତି ଜଣକ ରୋହିବାଙ୍କ ଡମସାହିର ଚରଣ ନାୟକ(୪୫)।ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.