ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପୁଷ୍ପଲତା ପଲାଇ ରାଜ୍ୟସ୍ତରୀୟ ମାରାଥନ୍ ଦୌଡ଼ରେ ଚମ୍ପିୟାନ ହୋଇଛନ୍ତି।
କଟକ ଜିଲ୍ଲା ନରସିଂହପୁର ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମହିଳା ବିଭାଗରେ ୬୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ।ଚମ୍ପେଶ୍ୱର ଠାରୁ ନରସିଂହପୁର ଦୀର୍ଘ ୧୦ କିମି ମାରାଥନ୍ ଦୌଡରେ ସମସ୍ତଙ୍କୁ ପଛରେ ପକାଇ ସେ ବିଜୟୀ ହୋଇଥିଲେ।
ମୁଖ୍ଯଅତିଥି ଅତିରିକ୍ତ ଡି.ଜି. ସଂଜୀବ ପଣ୍ଡାଙ୍କ ଠାରୁ ଟ୍ରଫି ସହ ୨୦୦୦ ଟଙ୍କା ପୁରସ୍କାର ପାଇଥିଲେ। ସାର୍ପ ସଂଗଠନ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି କୁଳମଣି ବାରିକ ସଭାପତିତ୍ଵ କରିଥଲେ।
ସ୍ଥାନୀୟ ଯୁବ ସଂଗଠକ ରାଜା ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ପୂର୍ବରୁ ବିଭିନ୍ନ ମାରାଥନ୍ ପ୍ରତିଯୋଗୀତାରେ ଭାଗନେଇ ପୁଷ୍ପଲତା ସମ୍ମାନୀତ ହୋଇଛନ୍ତି। ତାଙ୍କର ବିରଳ ସମ୍ମାନରେ ଗଜପତି ଜିଲ୍ଲାବାସୀ ଶୁଭେଚ୍ଛା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post