ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ୧୫ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି।
ପ୍ରଥମେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ପେଲେସ୍ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ୱାକାଥନ ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ପରେ ପେଲେସ ରାଜଦାଣ୍ଡ ସ୍ଥିତ ସମବାୟ ସହରାଞ୍ଚଳ ବ୍ୟାଙ୍କ ପଡ଼ିଆ ଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା , ଆରକ୍ଷୀ ଅଧିକ୍ଷକ ଗଜପତି , ଶ୍ରୀଯୁକ୍ତ ଏସ୍.ଆନନ୍ଦ , ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି , ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଅତିରିକ୍ତ ଜିଲ୍ଲାପାଳ ଗଜପତି , ଡ଼. ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ଶ୍ରୀ ଅନୁପ କୁମାର ପଣ୍ଡା , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଓ ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ।
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଜ ବକ୍ତବ୍ୟର ଜଣାଇ ଥିଲେ ଯେ , ଆମ ସମ୍ବିଧାନ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଭୋଟ ଦେବା ଅଧିକାର ରହିଛି। ଏଣୁ ପ୍ରତ୍ୟେକ ନିଜ ନିଜ ଅଧିକାର ସାବ୍ୟସ୍ତ କରିବା , ତେବେ ଯାଇ ଆମେ ସୁଦୃଢ ଦେଶ ଗଠନ କରି ପାରିବା। ଏଣୁ ପ୍ରତ୍ୟେକ ଜନସାଧାରଣ ଦେଶ ଗଠନରେ ସାମିଲ ହୋଇ ରାଷ୍ଟ୍ରକୁ ସମୃଦ୍ଧି ପଥରେ ଆଗେଇ ନେବା ଜରୁରୀ ବୋଲି କହିଛନ୍ତି। ଅନ୍ୟ ସମସ୍ତ ସମ୍ମାନିତ ଅତିଥି ମାନେ ନିଜ ନିଜ ଭକ୍ତବ୍ୟ ରେ କହିଥିଲେ ଯେ ଭୋଟ ଦେବାର ସମସ୍ତଙ୍କର ଅଧିକାର ରହିଛି ଓ ଭୋଟ ଦାତାଙ୍କ ଭୂମିକା ଏବଂ ଭୋଟ ତାଲିକା ସଂଶୋଧନର ପ୍ରକ୍ରିୟାକରଣ , ନିଜ ନାମକୁ ଭୋଟର ପରିଚୟ ରେ ପଞ୍ଜିକରଣ କରାଇବାକୁ କହିଥିଲେ।
ବିଶେଷ କରି ଯୁବ ପିଢିଙ୍କୁ ଭୋଟ ଦାନ କରିବା ସକାଶେ ଉତ୍ସାହିତ କରିଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମତଦାତା ଙ୍କ ସଂକଳ୍ପ ଉପସ୍ଥିତ ଥିବା ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ପରେ ପରେ କାର୍ଯ୍ୟକ୍ରମକୁ ଅଧିକ ରମାଞ୍ଚକ କରିବା ପାଇଁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଚାରି ଜଣଙ୍କୁ ଶହେ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଭୋଟରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସେହିପରି ଦିବ୍ୟାଙ୍ଗ ଭୋଟର ମାନଙ୍କୁ ମଧ୍ୟ ଭୋଟ ପରିଚୟ ପ୍ରଦାନ କରାଯାଇଛି। ପରେ ପରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଜାତୀୟ ଭୋଟର ଦିବସ ଅବସରରେ କୁଇଜ୍ ପ୍ରତିଯୋଗିତା ମଧ୍ଯ କରାଯାଇ ବିଜେତାଙ୍କୁ ପୁରସ୍କୃତ କରାଯାଇଛି।
ସେହିପରି ନୂତନ ଭାବେ ଭୋଟର ଦାତା ମାନଙ୍କ ମଧ୍ୟରେ ଦିବ୍ୟାଙ୍ଗ , ଆଦିମ ଜନଜାତି ଓ ଅନ୍ୟ ବର୍ଗର ନୂତନ ଭୋଟ ପରିଚୟପତ୍ର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରବନ୍ଧ , ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରଯାଇଥିଲା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଡେପୁଟୀ କଲେକ୍ଟର ଶ୍ରୀମତୀ ସୁଚେଶ୍ମିତା ମାଝୀ , ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋଷାଣୀ ସମେତ ବିଭିନ୍ନ ବିଭାଗର ଅଧିକାରୀ , ବିଭାଗୀୟ କର୍ମଚାରୀ , ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ , ବରିଷ୍ଠ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post