ବାସୁଦେବପୁର – ବାସୁଦେବପୁର ଅଟଳ ବିହାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି। ଏହି ଉଦ୍ ଜାପାନୀ ଉତ୍ସବ ରେ ସଭାପତିତ୍ବ କରିଥିଲେ ଅଧ୍ୟକ୍ଷ ବିଷ୍ଣୁ ମୋହନ ସ୍ୱାଇଁ। ଅଧ୍ୟକ୍ଷ ବିଷ୍ଣୁ ମୋହନ ସ୍ୱାଇଁ ତାଙ୍କର ବକ୍ତବ୍ୟ ରେ ବାଳିକା ସୁରକ୍ଷା ନିମିତ୍ତ ଉତ୍ତମ ପରାମର୍ଶ ଦେଇଥିଲେ। ଆୟୋଜିତ ଏହି ଉଦ୍ ଜାପାନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରବି ନାରାୟଣ ପାଣିଗ୍ରାହୀ। ଶ୍ରୀଯୁକ୍ତ ପାଣିଗ୍ରାହୀ ବାଳିକା ମାନଙ୍କୁ ଆତ୍ମ ସୁରକ୍ଷା ର କୌଶଳ ଉପରେ ଅନେକ ବିଷୟ ଆଲୋଚନା କରିଥିଲେ। ଦୁଇ ସହଯୋଗୀ ମାଷ୍ଟର ସେକ ସମିର ଓ ମାଷ୍ଟର ଧନେଶ୍ଵର ଜେନା ଉପସ୍ଥିତ ରହି ବାଳିକା ମାନଙ୍କୁ ଆତ୍ମ ସୁରକ୍ଷା ପାଇଁ ବିଭିନ୍ନ କଳା ଉପରେ ତାଲିମ ପ୍ରଦାନ କରିଥିଲେ। ସଂଯୋଜିକା ପ୍ରଧ୍ୟାପିକା ସୁଜାତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ରାଜନୀତି ବିଜ୍ଞାନ ର ମୁଖ୍ୟ ଗିରିଶ ଚନ୍ଦ୍ର ପ୍ରୁଥାଳ ଯୋଗ ଦେଇ ଆତ୍ମ ସୁରକ୍ଷା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷ ରେ ସହ ସଂଜୋଜିକା ସୋଫିଆ ଶୁଭ ଦର୍ଶିନି ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଏହି ଶିବିର ରେ ଛାତ୍ରୀ ମାନେ ନୃତ୍ୟ, ସଙ୍ଗୀତ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରି ଥିଲେ। ଏଗାର ତାରିଖ ରୁ ଏହି କାର୍ଯ୍ୟ କ୍ରମ ଆରମ୍ଭ ହୋଇ ଚବିଶ ତାରିଖ ରେ ଉଦ୍ ଜାପାନୀ ହୋଇ ଯାଇଛି। ବହୁ ସଂଖ୍ୟାରେ ଛାତ୍ରୀ ମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post