ପଦ୍ମପୁର :- ଖଇରପାଲି ହାଇସ୍କୁଲ ପଡ଼ିଆଠାରେ ଜେ.ଏସ୍.ସି.ସି ଦ୍ଵାରା ଆୟୋଜିତ ୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ର ଚତୁର୍ଥ ଦିନ ଖେଳରେ ୪ଟି ଦଳ ଭାଗ ନେଇଥିଲେ। କ୍ବାଟର ଫାଇନାଲ ମ୍ୟାଚରେ ଭୁବନେଶ୍ୱର କୁ ହରାଇ ତାଳଚେର ସେମିଫାଇନାଲରେ ପ୍ରବେଶ କରିଛି। ଚତୁର୍ଥ ମ୍ୟାଚର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଅଗ୍ନିଶମ ବିଭାଗ ଓଆଇସି ଶ୍ରୀ ବେଦବ୍ୟାସ ପିଙ୍ଗ ଓ ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ଶ୍ରୀ ବିକାଶ ପଟେଲ ଯୋଗଦେଇ ମେନ୍ ଅଫ ଦି ମ୍ୟାଚ ଭାବରେ ତାଳଚେର ଦଳର ହିମାଂଶୁ ଶେଖର ଧଳ ଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ। ଜାନୁୟାରୀ ୨୬ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଚତୁର୍ଥ ଦିନର ମ୍ୟାଚକୁ ଅମ୍ପାୟାର ଦିଲିପ, ସନମ, ଝସକେତନ, ସୁଜିତ, ଏବଂ ହନୁ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସ୍କୋରର ସୁନୀଲ, ଓ ବୁଦ୍ଧଦେବ ମହାରଣା, ମିଟୁ, ଆନନ୍ଦ, ସୁନୀଲ ଧାରାବିବରଣୀ ପ୍ରଦାନ କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଉମେଶ, ଆକାଶ, ସୁଜିତ, ବିକାଶ, ଅର୍ଜୁନ, ସନ୍ତୋଷ, ଦୟା, ରୋହନ, ସୁଶୀଲ, କ୍ୟାମେରା ମେନ ପପୁ, ଦେବା, ପ୍ରଦୀପ, ଯତୀନ, ଜଗନ୍ନାଥ, ଉମେଶ ପୁଷ୍ପାଳୟ ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post