ବେଲଗୁଣ୍ଠା ,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି I ପ୍ରଭୁ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ମନ୍ଦିରରୁ ଆସିଥିବା କ୍ରୀଡ଼ା ମଶାଲକୁ ଅନୁଷ୍ଠାନ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ସ୍ୱାଗତ କରିଥିଲେ I ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ,ସନ୍ତୋଷ କୁମାର ପାଣିଗ୍ରାହୀ,ଅଜୟ କୁମାର ବିଶ୍ୱାଳ, ଅଶୋକ କୁମାର ପ୍ରଧାନ,ଡ.ପ୍ରଫୁଲ୍ଲ କୁମାର ଜେନା,ସପନ କୁମାର ପ୍ରଧାନ, ହେମନ୍ତ କୁମାର ନାୟକ,ପ୍ରଶାନ୍ତ କୁମାର ପ୍ରଧାନ, ଅଧ୍ୟାପିକା ପିଙ୍କି ପାତ୍ର,ଲକ୍ଷ୍ମୀ ଗୌଡ଼,ଗ୍ରନ୍ଥାଗାରିକ ରଞ୍ଜିତ୍ କୁମାର ସାମଲ୍ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I କ୍ରୀଡ଼ା ଶିକ୍ଷକ ବିଶ୍ୱ ରଞ୍ଜନ ସ୍ୱାଇଁ,ସନ୍ତୋଷ କୁମାର ପେଲେଇ ଏବଂ କ୍ରୀଡ଼ାବିତ୍ ଦିଲ୍ଲୀପ କୁମାର ରେଡି କ୍ରୀଡ଼ା ପ୍ରତିଯୋଗିତା ଗୁଡ଼ିକୁ ପରିଚାଳନା କରିଥିଲେ I ପୂଜା ବିଷୋୟୀ, ଯତୀନ୍ଦ୍ର ନାଇକ, ପୂଜା ମଳିକ,ଶୁଭମ୍ ଗୌଡ଼,ଦାଶରଥି ରାଉତ,ପବିତ୍ର ଜେନା ପ୍ରମୁଖ ଦକ୍ଷତା ପ୍ରଦର୍ଶନ କରିଥିଲେ I ଏହି ଅବସରରେ ଦୌଡ଼, ଲମ୍ବ ଡ଼ିଆଁ,ଉଚ୍ଚ ଡ଼ିଆଁ,ଡିସ୍କସ୍ ଥ୍ରୋ, ପୁଟ୍ ସଟ୍ ପ୍ରଭୃତି କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମରେ ଯୁବ ସାମ୍ବାଦିକ ଶିବରାମ ଚୌଧୂରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I
Sign in
Sign in
Recover your password.
A password will be e-mailed to you.