ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ କ୍ଲଷ୍ଟରର ମାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପୁରୀଙ୍କ ଅଧ୍ୟକ୍ଷତାରେ ସିଆରସିସି ରାଜେଶ୍ଵର ବେହେରା ମୁଖ୍ୟ ଅତିଥି, ସ୍କୁଲ ପରିଚାଳନା କମିଟି ଚେୟାରମେନ କମଳାକାନ୍ତ ମଟାରୀ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କୁନି ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ। ଶିଶୁର ପ୍ରଗତି ପାଇଁ ଜନନୀର ଭୂମିକା ଅନନ୍ୟ ବୋଲି ସଭାରେ ମତପ୍ରକାଶ ପାଇଥିଲା।ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଅତିଥି ପରିଚୟ, ଶିକ୍ଷକ ଗେହ୍ଲାମଣି ମଲ୍ଲିକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶିକ୍ଷକ ଟିଟୋରାମ ଲୁହା ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ଶିକ୍ଷୟିତ୍ରୀ ଉର୍ମିଳା ସ୍ଵାଇଁ ସଭାକୁ ପରିଚାଳନା କରିଥିଲେ।ଏହି ଅବସରରେ ପୂର୍ବଦିନ ଆୟୋଜିତ ହୋଇଥିଵା ବାର୍ଷିକ କ୍ରୀଡା ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସହଯୋଗୀ ଶିକ୍ଷକ ରାକେଶ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ପରିବେଷିତ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିଭାବକ ବିମୋହିତ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.