ସମ୍ବଲପୁରରେ ସମ୍ବାଦର ‘ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ସମାରୋହ’

0

ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ନୂଆପିଢି – ଧର୍ମେନ୍ଦ୍ର ପ୍ରଧାନ

  • • ଏକବିଂଶ ଶତାବ୍ଦୀରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଭଳି ବରପୁତ୍ରଙ୍କ ବୀରଗାଥାକୁ ଏକବିଂଶ ଶତାବ୍ଦୀର ଯୁବପିଢିଙ୍କ ପାଖରେ ପହଞ୍ଚାଇବା
  • • ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀମାନଙ୍କ ତ୍ୟାଗ, ନିଷ୍ଠା ଓ ସମର୍ପଣ ଭାବନାକୁ ପୁଣି ଥରେ ଉଜାଗର କରିବା

ସମ୍ବଲପୁର, ଜାନୁଆରୀ ୨୩ – ୨୩ ଜାନୁଆରୀ ହେଉଛି ପରାକ୍ରମ ଦିବସ । ଦୁଇଜଣ ଅନନ୍ୟ ପରାକ୍ରମୀ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଦିବସ । ଆଜିର ଦିନ ଏହି ବରପୁତ୍ରଙ୍କ ସାହସ ଓ ବଳିଦାନକୁ ମନେ ପକାଇବାର ଦିନ । ସେମାନଙ୍କ ବିଚାରଧାରାରେ ଦେଶ ଓ ଜାତିର କଲ୍ୟାଣ ପାଇଁ ସମର୍ପଣ ଓ ସଂକଳ୍ପ କରିବାର ଦିନ । ଏହି ଦିନରେ ବିଶେଷ ଭାବେ ଯୁବପିଢି ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗୁରୁବାର ସମ୍ୱଲପୁର ଠାରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ତରଫରୁ ଆୟୋଜିତ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ସମାରୋହରେ ଯୋଗଦଇ ଏହି ଦୁଇ ବିଭୂତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦେଶକୁ ସ୍ୱାଧୀନତା ଦେବା ପାଇଁ ସଶସ୍ତ୍ର ଯୁଦ୍ଧ ବଳରେ ସୁନିୟୋଜିତ ସଂଗ୍ରାମ କରିଥିଲେ । ସେହିପରି ବୀର ସୁରେନ୍ଦ୍ର ସାଏ, ତାଙ୍କ ଭାଇ ଧ୍ରୁବ ସାଏ, ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ ଏବଂ ପରିବାର ସଦସ୍ୟ ଦେଶକୁ ସ୍ୱାଧୀନତା ଦେବା ପାଇଁ ଜାତୀୟ ଆନ୍ଦୋଳନରେ ଭାଗ ନେଇ ଇଂରେଜ ମାନଙ୍କ ସହ ବୀରତ୍ୱର ସହ ଲଢ଼ି ଦେଶ ମାତୃକା ପାଇଁ ବଳିଦାନ ଦେଇଥିଲେ । ବୀର ସୁରେନ୍ଦ୍ର ସାଏଙ୍କ ଅଦ୍ୱିତୀୟ ସାଂଗଠନିକ ଶକ୍ତି ଓ ରଣକୌଶଳ ଓଡିଆ ଜାତିର ବୀରତ୍ୱର ପ୍ରତିଫଳନ ।

୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ । ଏହି ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଭଳି ବରପୁତ୍ରଙ୍କ ବୀରଗାଥାକୁ ଏକବିଂଶ ଶତାବ୍ଦୀର ଯୁବପିଢିଙ୍କ ପାଖରେ ପହଞ୍ଚାଇବା ପାଇଁ ପଡିବ । ଏକବିଂଶ ଶତାବ୍ଦୀରେ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀମାନଙ୍କ ତ୍ୟାଗ, ନିଷ୍ଠା ଓ ସମର୍ପଣ ଭାବନାକୁ ପୁଣି ଥରେ ଉଜାଗର କରିବା ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।
ଏପରି କାର୍ଯ୍ୟକ୍ରମର ଆୟୋଜନ କରି ସଂଗ୍ରାମୀଙ୍କ ବାରଗାଥାକୁ ଆଗକୁ ନେଉଥିବାରୁ ସମ୍ବାଦ ଓ ଆମ ଓଡ଼ିଶାକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.