କେନ୍ଦୁଝର/ଦିଲ୍ଲୀପ ସାହୁ (ସ୍ୱତନ୍ତ୍ର ପ୍ରତିନିଧି)-ସଡକ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ ଦେଇ ଗୁରୁବାର ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ରାଲିରେ ବିଭିନ୍ନ ସାମ୍ବାଦିକ,ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସରକାରୀ ଅଧିକାରୀ ଏବଂ କର୍ମଚାରୀ ସହର ପରିକ୍ରମା କରି ଟ୍ରାଫିକ୍ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଗୋପାଳ କୃଷ୍ଣ ଦାସ ସବୁଜ ପତାକା ପ୍ରଦର୍ଶନ କରି ଏହି ରାଲିର ଶୁଭାରମ୍ଭ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସାର୍ଥକ ରାୟ ଓ କ୍ରୀଡ଼ା ପ୍ରଶିକ୍ଷକ ଶ୍ରୀ ଜିତେନ୍ଦ୍ର ମହାକୁଡ଼ଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।
ଏଥିସହିତ ଆଞ୍ଚଳିକ ପରିବହନ ଅଧିକାରୀ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମ ଠାରେ ସାଧାରଣତନ୍ତ୍ର ଦିବସ ପାଳନ ଅବ୍ୟବହିତ ପୂର୍ବରୁ ହେଉଥିବା ଅଭ୍ୟାସ ପ୍ୟାରେଡ଼ରେ ସମ୍ମିଳିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ସମ୍ବନ୍ଧରେ ସୂଚନା ଦେବା ସହ ଏହାର ଅନୁପାଳନ ପାଇଁ ପରାମର୍ଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.