ରାଣୀ ଲକ୍ଷ୍ମିବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୨/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗତ ୧୫ ତାରିଖରୁ ଚାଲି ଆସିଥିବା ରାଣୀ ଲକ୍ଷ୍ମିବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇ ଯାଇଛି। ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଶିବିର ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇ ଛାତ୍ରୀ ମାନଙ୍କୁ ନିଜ ଆତ୍ମ ସୁରକ୍ଷା ପାଇଁ ସାହାସ ଓ ଧୈର୍ଯ୍ୟ ରହିବା ଆବଶ୍ୟକ ବୋଲି କହିଥିଲେ। ଉପଯୁକ୍ତ ପ୍ରଶିକ୍ଷଣ ମାଧ୍ୟମ ରେ ବିପଦ ସମୟରେ କୌଶଳ ଅବଲମ୍ବନ କରି ନିଜକୁ ସୁରକ୍ଷା ପ୍ରଦାନ କରିବାକୁ କହିଥିଲେ। ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ କହିବା ସହ ଜୀବନରେ ଶୃଙ୍ଖଳା ଓ ଦକ୍ଷତା ରହିବା ଆବଶ୍ୟକ ବୋଲି କହିଥିଲେ।

ଏହି ଅବସରରେ ଶିବିରରେ ଭାଗ ନେଇଥିବା ସମସ୍ତ ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଗତ ୧୫ ତାରିଖରୁ ଚାଲି ଆସୁଥିବା ଏହି ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରରେ ୧୭୬ ଛାତ୍ରୀ ଭାଗ ନେଇଥିବା ବେଳେ ସେମାନଙ୍କୁ ମୁଖ୍ୟ ପ୍ରଶିକ୍ଷିକା ଭାବେ ମାଳିଗୁଡା ବିଦ୍ୟାଳୟ ର ଶିକ୍ଷୟତ୍ରୀ ସୁକାନ୍ତି ସାହୁ ଓ ମେଦନା ବିଦ୍ୟାଳୟ ର ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ମଣ୍ଡଳ ଆତ୍ମରକ୍ଷା କୌଶଳ ଶିକ୍ଷା ଦେଇଥିଲେ। ଅଧ୍ୟାପିକା ତଥା ସଂଯୋଜିକା ପ୍ରତୀକ୍ଷା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ସନ୍ତୋଷ ସିଂ ଲାଲ,ସରୋଜ ବଡକିଆ, ପଦମ ଭତରା,ପ୍ରଦୀପ ଭତରା,ଲିପୁ ମାଝୀ ଅଧ୍ୟାପିକା ଖୁଲଣାବତି ପୂଜାରୀ,ରଶ୍ମିତା ପାଢ଼ୀ, ଶୁଭଲକ୍ଷ୍ମି ଭୂଷଣ,ଚିନ୍ମୟୀ ସୁନ୍ଦରା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.