ବିଜେପୁରରେ କାୟାକଳ୍ପ ତଦାରଖ ଦଳ ପରିଦର୍ଶନ

0

ବିଜେପୁର:-ସୁଶାନ୍ତ ସାହୁ ବରଗଡ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରରେ ପ୍ରତିବର୍ଷ ଭଳି ତା ୨୨.୦୧.୨୦୨୫ ରିଖ ବୁଧବାର ଅପରାହ୍ନ ସମୟରେ ଭୁବନେଶ୍ବରରୁ ଆସିଥିବା କାୟାକଳ୍ପ ତଦାରଖ ଦଳ ଆସି ଡାକ୍ତରଖାନା ଭିତ୍ତିଭୂମି,ପରିମଳ ବ୍ୟବସ୍ଥା, ପରିସ୍କାର ପରିଚ୍ଛନ୍ନତା,ରକ୍ତ ନମୁନା ସଂଗ୍ରହ କକ୍ଷ, ଅସ୍ତ୍ରୋପଚାର କକ୍ଷ,ଆଉଟଡୋର,ଇନଡୋର୍ ଇତ୍ୟାଦି ଅନେକ ଗୁଡିଏ କକ୍ଷ ପରିଦର୍ଶନ କରିଥିଲେ। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ବିଭିନ୍ନ ବିଭାଗୀୟ କାଗଜ ପତ୍ର ସମ୍ପୂର୍ଣ୍ଣ ଭାବେ ଅନୁଧ୍ୟାନ କରିବା ଦେଖିବାକୁ ମିଳିଥିଲା। ଭୁବନେଶ୍ବରରୁ ଡ.ବିଜୟ କୁମାର ଧଳ,ଡ.ଦୟାଶିଷ ସାହୁ, ଶିଶିର କୁମାର ଗ୍ରହାଚାର୍ଯ୍ୟ, ବରଗଡ଼ରୁ ଡିପିଏମ ଗିରିଜା ପ୍ରସାଦ ମିଶ୍ର,ଏ ଏମ କ୍ୟୁ ଏ ଦିପାଞ୍ଜଳୀ ପଧାନ ସାମିଲ ହୋଇଥିଲେ।ପ୍ରାରମ୍ଭେ ଅନୁଧ୍ୟାନ ଦଳଙ୍କୁ ମେଡିକାଲ ଅଫିସର ଡ.ଶ୍ରୀଧର ପଧାନ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ.ପୂର୍ଣ୍ଣ ଶଙ୍କର ମେହେର,ଡ. ସୁଦିପ୍ତ ପ୍ରଧାନ,ଡ.ପ୍ରଜ୍ଞା ପାରମିତା ପାତ୍ର,ଡ.ଲିଙ୍ଗରାଜ ଦାଶ,ଷ୍ଟାଫ ନର୍ସ କମଳିନୀ ସାହୁ,ଷ୍ଟାଫନର୍ସ ଡୋଲାମଣି ସାହୁ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ କବିତାଞ୍ଜଳୀ ଦାଶ,ପିଏଚଇଓ ସୁଦାମ ଚରଣ ପାଣିଗ୍ରାହୀ,ବି ଏନ ଏଲ ଡବ୍ଲୁ ଅମିତ କୁମାର ସାହୁ,ଏସଏସଟି ଦେବାଶିଷ ଦେବତା,ପରିମଳ ସୁପରଭାଇଜର କୁନା ମେହେର,ବିପିଏମ ବିଜୟ କୁମାର ସରାପ, ବ୍ଲକ ଏକାଉଣ୍ଟସ ମେନେଜର ବାଲଗୋପାଳ ପଣ୍ଡା,ବିଡିଏମ ନାରାୟଣ ପାଢ଼ୀ, ଡାଟା ଏଣ୍ଟ୍ରି ଅପରେଟର କ୍ଷୀରୋଦ୍ର ସାହୁ ତଥା ସମସ୍ତ କର୍ମଚାରୀ ବୃନ୍ଦ ଫୁଲତୋଡ଼ା ସହ ଉପଢୌକନ ଦେଇ ସ୍ୱାଗତ କରି ପୋଛୋଟି ଆଣିଥିଲେ। ଏଅବସରରେ ଏକ ସଭାର ଆୟୋଜନ ହୋଇଥିଲା।ସଭାରେ ୨୦୨୩-୨୪ ବର୍ଷର ଫଟୋ ଚିତ୍ର କୁ ନେଇ ହୋଇଥିବା ଆଲବମ କୁ ଅନୁଧ୍ୟାନକାରୀ ମାନେ ଉନ୍ମୋଚନ କରିଥିଲେ। ଯାହାକି ସମସ୍ତ କର୍ମଚାରୀ ବୃନ୍ଦଙ୍କୁ ଉତ୍ସର୍ଗୀକୃତ କରାଯାଇଥିଲା।

Leave A Reply

Your email address will not be published.