କେନ୍ଦୁଝର,ତା୨୨/୧- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗ୍ରାମରୁ ୧୯୯୮ ମସିହାରୁ ପ୍ରକାଶ ପାଇ ଆସୁଥିବା ସାପ୍ତାହିକ ସମ୍ବାଦ ଓ ଫିଚର ପତ୍ରିକା “ଖଣ୍ଡାଧାର “ର ବାର୍ଷିକ ସଂଖ୍ୟା ୨୦୨୪-୨୫ କେନ୍ଦୁଝରର ରାଷ୍ଟ୍ର ଦେବୀ ଘଟଗାଁ ବାସିନୀ ମା’ ତାରିଣୀଙ୍କ ଠାରେ ସମର୍ପିତ ହୋଇଯାଇଛି। ସୋମବାର ପୂର୍ବାହ୍ନରେ ମା’ ତାରିଣୀଙ୍କ ଠାରେ “ଖଣ୍ଡାଧାର “ର ପରିଚାଳନା ସମ୍ପାଦକ ଶ୍ରୀ ଡମ୍ବରୁଧର ମହାନ୍ତ ମା’ଙ୍କ ଠାରେ ପୂଜା ଅର୍ଚ୍ଚନା କରି ଏହାର ପ୍ରକାଶିତ ବାର୍ଷିକ ସଂଖ୍ୟାଟିକୁ ସମର୍ପିତ କରିଛନ୍ତି। ଏଥିରେ ଅତିଥିଭାବେ ଘଟଗାଁ, ମା’ ତାରିଣୀ ସାହିତ୍ୟ ସଂସଦର ସଭାପତି କୈଳାସ ଚନ୍ଦ୍ର ତନ୍ତୀ, କେ.ଡି ନିୟୁଜ ଚ୍ୟାନେଲର ସମ୍ପାଦକ କବିନ୍ଦ୍ର ରାଉତ, ସଂଯୋଗୀ ସଜଫୁଲର ସମ୍ପାଦକ ବାବୁଲାଲ ପଲେଇ, ନାଟ୍ୟକାର ରଘୁନାଥ ମହାନ୍ତ, ରଙ୍ଗାମାଟିଆ ସରପଞ୍ଚ ମାଧୁରୀ ନାଏକ, ଆଶା ମଞ୍ଜରୀ ମହାନ୍ତ, ଶ୍ରୀମତୀ ଦୀପାଞ୍ଜଳି ମହାନ୍ତ ପ୍ରମୁଖ ସାମିଲ ଥିଲେ। ପ୍ରକାଶ ଥାଉ କି ସମ୍ପ୍ରତି ତିନି ବର୍ଷରୁ ଉର୍ଦ୍ଧ୍ବ ହେବ ଖଣ୍ଡାଧାର ଡିଜିଟାଲ ଓ ୱେବ ମାଧ୍ୟମରେ ପ୍ରସାରିତ ହୋଇ ସାମାଜିକ ଗଣ ମାଧ୍ୟମରେ ଅଶେଷ ଲୋକପ୍ରିୟତା ପାଇ ପାରିଛି। କେନ୍ଦୁଝର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶ୍ରୀ ଅଗୁନ ଚରଣ ମହାନ୍ତ ପତ୍ରିକାର ସମ୍ପାଦକ ରହିଥିବା ବେଳେ ନିୟୁଜ ଏଡିଟର ତ୍ରିନାଥ ମହାନ୍ତ, ଡିଜିଟାଲ ସଂଯୋଜନାରେ ବିଚିତ୍ରାନନ୍ଦ ଦାସ କାର୍ଯ୍ୟ ନିର୍ବାହ କରୁଛନ୍ତି। ପରବର୍ତ୍ତୀ ସମୟରେ ଖୁବ ନିକଟରେ ଏକ ସ୍ଵତନ୍ତ୍ର ଉତ୍ସବରେ ପାଠକ ଲୋକାର୍ପଣ ହେବ ବୋଲି “ଖଣ୍ଡାଧାର”ର ପରିଚାଳନା ସମ୍ପାଦକ ଶ୍ରୀ ଡମ୍ବରୁଧର ମହାନ୍ତ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.