କେନ୍ଦୁଝର,ତା୨୨/୧- କେନ୍ଦୁଝର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ସହରର ବିକାଶ ଲାଗି ଏକ ଦାବିପତ୍ର ଦିଆଯାଇଛି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏହି ଦାବିପତ୍ର ସେମାନେ ଦେଇ ସୂଚନା ପାଇଲେ କି ବଳଦେବଜୀଉ ମନ୍ଦିରର ପରିଚାଳନା ଓ ବିଭିନ୍ନ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ନୂତନ ଆଡଭାଇଜରୀ କମିଟି ଗଠନ କରି ପ୍ରଶାସନ ପକ୍ଷରୁ ଏହାର ଉପଦେଶ ଗ୍ରହଣ କରାଯିବ। ପୂର୍ବରୁ ଥିବା ଉପଦେଷ୍ଟା ମଣ୍ଡଳୀ ଆଉ ଏବେ ତତ୍ପର ନାହିଁ ତେଣୁ ନୂଆ କମିଟିର ଆବଶ୍ୟକତା ଦେଖା ଦେଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ କମିଟି ଗଠନ ଲାଗି ରାଜ୍ୟ ଦେବୋତ୍ତର ବିଭାଗକୁ ଚିଠି କରାଯାଇଛି ବୋଲି ଜାଣିବାକୁ ମିଳିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବଳଦେବ ଜୀଉ ମନ୍ଦିର ଯାଏ ରାସ୍ତା ସମ୍ପ୍ରସାରଣ ଜଲଦି କରିବାକୁ ନିବେଦନ କରାଯାଇଥିଲା। ଦରକାର ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛ ପଟେ ଏକ ନୂତନ ରାସ୍ତା କରିବାକୁ ଲୋକଙ୍କ ଦାବି ରହିଛି। ଗୁଣ୍ଡିଚା ମନ୍ଦିର ପାଖରୁ ସିଦ୍ଧମଠ ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରା ଯାଇଥିବା ଏହି ଅବସରରେ ଜଣାଯାଇଛି। ପୁରୁଣା ସହର ସିଦ୍ଧମଠ ପାଖରେ ସହର ଅଳିଆ ପଡୁଥିବାରୁ ବରିଷ୍ଠ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଥିଲେ। ପୁରୁଣା ସହରରେ ବସ୍ ଟର୍ମିନାନ୍ସ କାର୍ଯ୍ୟକ୍ଷମ କରିବା ଧରଣୀଧର ମେଡିକାଲ କଲେଜରେ ଶଯ୍ୟାରେ ରୋଗୀ ରଖିବା ଟ୍ରାମା କେୟାର ଏବଂ ଜେରିଆଟିକ ୱାର୍ଡ ବ୍ୟବସ୍ଥା ତୁରନ୍ତ କରିବାକୁ ଦାବି ଉଠାଇ ଥିଲେ। ବରିଷ୍ଠ ନାଗରିକ ମଂଚର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.