ମୟୂରଭଞ୍ଜ ଜିଲ୍ଲା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ- ଝାରପଖୋରିଆ ଥାନା ଅଞ୍ଚଳର ଦିଘି ଗ୍ରାମର ରଞ୍ଜନ କୁମାର ସେଠୀ ଙ୍କ ଘରେ ଝାଡଖଣ୍ଡ ପୋଲିସ ସ୍ଥାନୀୟ ପୋଲିସ ସହାୟତାରେ ପହଞ୍ଚି ଥିଲା। ପ୍ରକାଶ ଥାଉ କି ୨୦୨୦ ମସିହା ରେ ଜାମଶୋଳା ଠାରେ ଥିବା ଜିଓ ଟାୱାରରୁ ୧୦କେଭି ଡି,ଜେ ଜେନେରେଟର ଚୋରି ଘଟଣାରେ ଚାକୁଳିଆ ଥାନା ରେ ଧରା ପଡି 19,9,2024 , ରେ ଏକ ମାମଲା ରୁଜୁ ହୋଇଥଲା। ସେହି ମାମଲା ଟି ମାନ୍ୟବର କୋର୍ଟ ଙ୍କ ବିଚାରାଧୀନ ରହିଅଛି । କୋର୍ଟ ଙ୍କ ରାୟ ପରେ ରଞ୍ଜନ ଉପସ୍ଥିତ ହୋଇ ନ ଥିଲେ। ଫଳରେ ଆଜି ୨୦/୦୧/୨୫ ତାରିଖ ରୁ ମାସକ ମଧ୍ୟରେ କୋର୍ଟ ରେ ନିଜକୁ ସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘର ସମ୍ମୁଖ ରେ ସାକ୍ଷୀ ସହ ଢୋଲ ମଧ୍ଯ ବଜାଇ ସମସ୍ତଙ୍କୁ ସଚେତନ ମଧ୍ୟ କରିଛି। ଉକ୍ତ ସମୟ ଅବଧି ରେ କୋର୍ଟ ରେ ସମର୍ପଣ ନ କଲେ ତାଙ୍କ ସମସ୍ତ ଚଳନ୍ତି ଅଚଳନ୍ତି ସମ୍ପତ୍ତି ବାଜ୍ୟାପ୍ତି ହେବ ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି।
Sign in
Sign in
Recover your password.
A password will be e-mailed to you.