ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସହରରେ ଥିବା ଖଦାଳ ସାହି ମାଆ ରୁଦ୍ରକାଳୀଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଥିବା ବେଳେ ମାଆଙ୍କ ତୋରଣକୁ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ ଯୋଗଦେଇଥିବା ବେଳେ ସମସ୍ତ କାଉନସିଲର୍ ଅତିଥି ରୂପେ ଯୋଗ ଦେଇଥିଲେ I ସାହିରେ ସମସ୍ତେ ପୂର୍ଣ୍ଣକୁମ୍ଭ ବାଢ଼ି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଆଙ୍କ ହୋମ ଯଜ୍ଞ ସମାପ୍ତ ହୋଇଥିଲା I ହୋମ କର୍ତ୍ତା ଭାବେ ଯୁବ ସମାଜସେବୀ ଜୟଦେବ ସାହୁ ଏବଂ ତାଙ୍କ ସହଧର୍ମିଣୀ ଯୋଗ ଦେଇଥିଲେ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା କମିଟି ସଭାପତି ଜିତେନ୍ଦ୍ର କୁମାର ସୁବୁଦ୍ଧି, ଦଣ୍ଡ ପରିଚାଳନା ମୁଖ୍ୟ ଲିଙ୍ଗରାଜ ପାତ୍ର, ନୀଳାଞ୍ଚଳ ମହାପାତ୍ର, ବ୍ଳକ୍ ଅଧ୍ୟକ୍ଷ ପ୍ରତିନିଧି ପ୍ରମୋଦ ପ୍ରଧାନ, ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧି ଯୋଗ ଦେଇଥିବା ବେଳେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଭ୍ୟ ଏବଂ ସାହି ବାସୀନ୍ଦା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଦିନ ତମାମ ଲାଗି ରହିଥିବା ଏହି କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିବା ବେଳେ ସନ୍ଧ୍ୟାରେ ଶହ ଶହ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା I
Sign in
Sign in
Recover your password.
A password will be e-mailed to you.
Next Post