“ମୋ ସଂସାର ଉଚ୍ଛନ୍ନ ହେଇଯାଇଛି,ମୋତେ ସାହାଯ୍ୟ କରନ୍ତୁ ମୁଖ୍ୟମନ୍ତ୍ରୀ।”

0
  • ମୁଖ୍ୟମନ୍ତ୍ରୀଙ୍କୁ ଆବେଦନ ପତ୍ର ଦେଲେ କେନ୍ଦୁଝରର ଗରିବ ଜଳଖିଆ ଦୋକାନୀ

  • ଘର ପୋଡ଼ିକୁ ୫ଦିନ ବିତିଲେ ମଧ୍ୟ ସରକାରୀ ସାହାଯ୍ୟ ଅପହଞ୍ଚ।

କେନ୍ଦୁଝର,ତା୨୧/୧/ଦିଲ୍ଲୀପ ସାହୁ (ସ୍ୱତନ୍ତ୍ର ପ୍ରତିନିଧି)- କଥାରେ ଅଛି ଘର ପୋଡ଼ି ଠାରୁ ବିପତ୍ତି ନାହିଁ। ଏହିପରି ଘର ପୋଡ଼ିର ସମ୍ମୁଖୀନ ହୋଇ କେନ୍ଦୁଝର ବଡଦାଣ୍ଡର ଜଣେ ଗରିବ ଜଳଖିଆ ଦୋକାନୀ ଏବେ ବାର ଦ୍ଵାର ତେର ପିଣ୍ଡା ହେଉଛନ୍ତି। ନେତା ଓ ପ୍ରଶାସନ ଅଧିକାରୀମାନେ ତା୧୬/୧/୨୫ଦିନ ସନ୍ଧ୍ୟାରେ ଘର ପୋଡ଼ି ଦେଖିବାକୁ ଯାଇ ହରେକ୍ ରକମର ପ୍ରତିଶ୍ରୁତି ଦେଇଥିଲେ ଯାହା ଏବେ ପାଣିରେ ଗାର ହୋଇଛି। ବିଚରା ଗଣେଶ୍ୱରଙ୍କ ଘରଦ୍ୱାର ନାହିଁ ସବୁ ଜଳି ପୋଡ଼ି ଛାରଖାର ମେଲା। ପାଖ ପଡିଶା କିଛି ସାହାଯ୍ୟ କରୁଛନ୍ତି ସେଥିରେ କଷ୍ଟେମଷ୍ଟେ ଚଳୁଛନ୍ତି ପିନ୍ଧିବାକୁ ପୋଷାକ ନାହିଁ। ଏହିପରି ଦୁର୍ଘଟଣାର ଶିକାର ହୋଇ ଗଣେଶ୍ୱର ମହାରଣା ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସି ଅଧିକାରୀଙ୍କୁ ଖୋଜୁ ଥିଲେ। ଯଦି ସାହାଯ୍ୟ ଦେବାର ଅଛି ତତ୍କାଳ ଦେଲେ ଶୀତ ଦିନେ ପରିବାର ଟିକେ ଚଳି ପାରନ୍ତେ ତେବେ ସେ ସବୁ ଆଡ଼ୁ ହତାଶ ହେଉଛନ୍ତି। କିଛି ବ୍ୟକ୍ତି ତାଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାହାଯ୍ୟ ନିବେଦନ ଲାଗି କହିବାରୁ ସେ ଆଜି ଏକ ଦରଖାସ୍ତ ଦେଇଛନ୍ତି। ସେଥିରେ ଉଲ୍ଲେଖ କରିଛନ୍ତି “ସେ ରାଜରାଜୁଡ଼ା ସମୟରୁ କେନ୍ଦୁଝରରେ ମନ୍ଦିର ଗଢ଼ିବାକୁ ଆସି ତାଙ୍କ ପରିବାର ମନ୍ଦିର ସାମ୍ନାରେ ରହିଥିଲେ । ଛୋଟ ଜଳଖିଆ ଦୋକାନରୁ ସୀମିତ ରୋଜଗାର ଲାଗି ଚାଲିବା କଷ୍ଟକର ତେଣୁ ସେ କିଛି ଲୋନ କରିଥିଲେ। ଏବେ କେନ୍ଦୁଝର ସଦର ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ତାଙ୍କର ଏହି ଦୁର୍ଦ୍ଦିନ ବେଳେ ସହାୟତା ଯୋଗାଇ ତାଙ୍କୁ ବୁଦ୍ଧି ଦେବାକୁ ବିନମ୍ର ନିବେଦନ କରିଛନ୍ତି।

Leave A Reply

Your email address will not be published.