ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଅନୁଷ୍ଠିତ ।

0

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ସ୍ଥାନୀୟ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କ୍ରିଡ଼ା ରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିବା ସହ ବାର୍ଷିକ କ୍ରୀଡା ର ମହତ୍ୱ ବିଷୟରେ ଆଲୋକପାତ କରି କ୍ରୀଡା କ୍ଷେତ୍ରରେ ଆଗଭର ହେବା ପାଇଁ ଉତ୍ସାହିତ କରିଥିଲେ l ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ଦୌଡ଼, ଉଚ୍ଚ ଡିଆଁ,ଲମ୍ବ ଡିଆଁ,ସଟ ପୁଟ, ଡିସ୍କସ ଥ୍ରୋ,ମ୍ୟୁଜିକ ଚେୟାର,ପୁଚି ପରି ଇଭେଣ୍ଟ ରେ ଖେଳ ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ଶିକ୍ଷକ ଅଭିରାମ ପରାଭୂଏ,ପୁରାତନ ଛାତ୍ର ସୁଜିତ ଭୁଏ, ବୀରେନ୍ଦ୍ର ଝାଙ୍କର ଖେଳ ପରିଚାଳନା କରିଥିଲେ l ଶେଷରେ ଶିକ୍ଷୟିତ୍ରୀ ରଶ୍ମିତା କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.