ବାଣପୁର:(ସେକ କୌସର):ଆଜି ଖୋର୍ଦ୍ଧା ଜିଲ୍ଲାରେ ନୂତନ ଭାବେ ଯୋଗଦେଇଥିବା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ (ଏଡିଜେ-୧) ରଞ୍ଜୁଲତା ଲେଙ୍କାଙ୍କୁ ବାଣପୁର କୋର୍ଟ ବିଚାରପତି ଦ୍ବୟ ଏବଂ ବାଣପୁର ଓକିଲ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା। ବାଣପୁର ସର୍କିଟ କୋର୍ଟ ପରିସରରେ ବିଚାରପତିଙ୍କ କାର୍ଯ୍ୟାଳୟରେ ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ ନୂତନ ବିଚାରପତିଙ୍କୁ ସାକ୍ଷାତ କରି ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିଲେ।ଏହାପରେ ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ରଞ୍ଜନ କୁମାର ବେଦମତ୍ତାଙ୍କ ସମେତ ଏକାଧିକ ଓକିଲମାନେ ନୂତନ ବିଚାରପତିଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିଲେ। ନୂତନ ବିଚାରପତି ନିକଟରେ ଖୋର୍ଦ୍ଧା ଜିଲ୍ଲାରେ ଯୋଗଦାନ କରିଥିବା ବେଳେ ଆଜି ବାଣପୁର ସର୍କିଟ କୋର୍ଟରେ ତାଙ୍କର ପ୍ରଥମ କାର୍ଯ୍ୟଦିବସ ଥିଲା।ଏହି ଅବସରରେ ବାଣପୁର ବେଞ୍ଚ ଓ ବାର ପକ୍ଷରୁ ନୂତନ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.