ଓଡ଼ଗାଁ,୨୦।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ସରହଦ ଓଡ଼ଗାଁ – ଗଞ୍ଜାମ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଥିବା ଜୁଆ ଆଡ୍ଡା ଉପରେ ନୟାଗଡ଼ ଜିଲ୍ଲା ପୋଲିସ ସହିତ ଓଡ଼ଗାଁ ପୋଲିସ ରବିବାର ଅପରାହ୍ଣରେ ଚଢ଼ାଉ କରି ୨ ନାବାଳକଙ୍କ ସମେତ ୨୦ ଜଣଙ୍କୁ ଗିରଫ କରିଛନ୍ତି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କ ସମ୍ଭବ ନିକଟରେ ଥିବା ଏକ କାଜୁ ଜଙ୍ଗଲ ମଧ୍ୟରେ ଏହି ଜୁଆଆଡା ଚାଲିଥିଲା । ସୂଚନା ପାଇ ନୟାଗଡ଼ ଏସପି ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୋଲିସର ଏକ ଟିମ୍ ଗଠନ କରାଯାଇଥିଲା । ସମସ୍ତ ପ୍ରସ୍ତୁତି ପରେ ପୋଲିସ ଟିମ୍ ଅଚାନକ ଭାବେ ପହଁଚି ଓଡ଼ଗାଁ ଥାନା ପୋଲିସ ସହାୟତାରେ ଜୁଆଆଡା ଉପରେ ଅତର୍କିତ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ୨୦ ଜଣଙ୍କୁ ଗିରଫ କରାଯାଇଥିବା ଏସ୍ପି ଏସ୍ ସୁଶ୍ରୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ହିଞ୍ଜଳଗାଡ଼ିଆ ଗ୍ରାମର ଭୀମସେନ ବରାଡ଼, ଓଡ଼ଗାଁ ଥାନା ଅନ୍ତର୍ଗତ ମଶାବାରୀ ଗାଁର ସୁଶାନ୍ତ ସେଠୀ, ଓଡ଼ଗାଁ ନିତ୍ୟାନନ୍ଦସାହିର ଶରତ ଚନ୍ଦ୍ର ସେନାପତି ଓ ପୂର୍ଣ୍ଣଚନ୍ଦ୍ର ପାତ୍ର, ବାଘୁଆଛକର ପ୍ରଶାନ୍ତ କୁମାର ସାହୁ ରହିଛନ୍ତି । ଏଥିସହିତ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଦିହୁଡ଼ିବଞ୍ଜରା ଗାଁର ରାସ ବିହାରୀ ଶତପଥି, କବିସୂର୍ଯ୍ୟନଗର ଥାନା ଗୁଡ଼ିଆପଲ୍ଲୀ ଗ୍ରାମର ଶଙ୍କର ଜେନା, ଖଲ୍ଲିକୋଟ ଥାନା କଇରାସି ଗାଁର କରୁଣାକର ମହାପାତ୍ର, ପୋଲସରା ଥାନା ସୋରଡ଼ା ଗାଁର ସାଲୁ ପ୍ରଧାନ, ବେଲଗୁଣ୍ଠା ଥାନା ଠେଙ୍ଗାଧର ଗାଁର ପ୍ରମୋଦ କୁମାର ପ୍ରଧାନ, ବୁଗୁଡ଼ା ବାଲିପିଣ୍ଡି ସାହିର ରାଜେନ୍ଦ୍ର ପ୍ରଧାନ, ପୋଲସରା ଥାନା ଢୁଙ୍କାପଡ଼ା ଗାଁର ଚନ୍ଦ୍ରଶେଖର, ପ୍ରମୋଦ ଗୌଡ଼, ବୁଗୁଡ଼ା ଥାନା ଜମାପଲ୍ଲୀ ଗାଁର
ଚନ୍ଦ୍ରଶେଖର ଗୌଡ଼, ବୁଗୁଡ଼ା ଥାନା ଜମାପଲ୍ଲୀ ଗାଁର ଜଗନ୍ନାଥ ସେନାପତି, ବୁଗୁଡ଼ା କାଞ୍ଜିଆପଲ୍ଲୀ ଗାଁର ଏ. ରାଜେନ୍ଦ୍ର ରେଡ଼ି, ବେଲଗୁଣ୍ଠା ସାଲିଆସାହିର ପିତବାସ ନାୟକ, ବୁଗୁଡ଼ା କରସିଂ ଗାଁର ଟୁନା ନାୟକକୁ ପୋଲିସ ଗିରଫ କରିଛନ୍ତି । ସେମାନଙ୍କ ସହ ୨ ଜଣ ନାବାଳକଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ଜୁଆଡାରୁ ପୋଲିସ ୨ ଲକ୍ଷ ୧୧ ହଜାର ୪୦୬ ଟଙ୍କା ଓ ୨୧ଟି ଗାଡ଼ି ଜବତ କରାଯାଇଛି । ଜବତ ଗାଡ଼ି ମଧ୍ୟରେ ୩ଟି ସ୍ମୃଟି, ୧୫ଟି ବାଇକ୍, ୨ଟି କାର ଓ ଗୋଟିଏ ଅଟୋ ରହିଛି । ୪୭ ପ୍ୟାକେଟ୍ ତାସ, ୨ଟି ଖାଲି ପ୍ୟାକେଟ୍ ଜବତ କରାଯାଇଛି । ୨୧ଟି ମୋବାଇଲ ଫୋନ୍, ଷ୍ଟାମ୍ପ, ଛୁରୀ, ବିଡ଼ି ଓ ଡିଆସିଲି ସମେତ ମଶା ବ୍ୟାଟ ଜବତ କରାଯାଇଛି । ଏହି ଘଟଣାକୁ ନେଇ ଓଡ଼ଗାଁ ଥାନା ଏଏସଆଇ ବୈକୁଣ୍ଠ ନାଥ ସ୍ବାଇଁଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଓଡ଼ଗାଁ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କ ଉପରେ ତଦନ୍ତ ଦାୟିତ୍ଵ ନ୍ୟସ୍ତ କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ପୁଲିସର ଅନେକ ଅଧିକାରୀ ଏଥିରେ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.