ଖପ୍ରାଖୋଲ ୧୯/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ବନବିଭାଗ ରେଞ୍ଜ ତରଫରୁ ଶନିବାର ବିଳମ୍ବିତ ରାତିରେ ପେଟ୍ରୋଲିଂ କାଲାବେଲେ ବଡ ଗୁର୍ଜିଭଟା ଘୁନସର ରାସ୍ତାରେ ଖଇର କାଠ ବୋଝେଇ ଏକ ପିକ୍ ଅପ୍ ଗାଡ଼ି ଜବତ କରିଥିବା ବନବିଭାଗ ସୂଚନା ଦେଇଛି। ବନବିଭାଗ ର ଚଢ଼ାଉ ବେଳେ ଗାଡ଼ି ଛାଡ଼ି ଗାଡ଼ି ଚାଲକ ଫେରାର ମାରିଥିବା ବେଳେ ଗାଡ଼ି ଓ ଖଇର କାଠ ଜବତ କରି ଖପ୍ରାଖୋଲ ବନବିଭାଗ କାର୍ଯ୍ୟାଳୟ କୁ ଅଣା ଯାଇଥିବା ଜଣା ଯାଇଛି। ଜବତ କାଠ ହାରାହାରି ୧୫ କୁଇଣ୍ଟାଲ୍ ହେବ ଏବଂ ତାର ମୂଲ୍ୟ ୧୫ ହଜାର ହେବ ବୋଲି ଖପ୍ରାଖୋଲ ବନପାଳ ସୁଧୀର କୁମାର ଜେନା ପ୍ରକାଶ କରିଛନ୍ତି। ଚଢ଼ାଉ ବେଳେ ଏ ସି ଏଫ୍ ତଥା ହରିଶଙ୍କର ରେଞ୍ଜ ଅଧିକାରୀ ଅରବିନ୍ଦ ନାଏକ, ବନପାଳ ଜେନା, ବନରକ୍ଷୀ ରାଜେନ୍ଦ୍ର ଧରୁଆ, ସଂଜୀବ ପ୍ରଧାନ ସହ ବନ୍ୟ ପ୍ରାଣୀ ସ୍କୋଆର୍ଡ ଉପସ୍ଥିତ ଥିଲେ। ଏନେଇ ଏକ ମାମଲା ରୁଜୁ କରି ବନ ବିଭାଗ ତଦନ୍ତ କରୁଥିବା ଜଣାଯାଇଛି।
Sign in
Sign in
Recover your password.
A password will be e-mailed to you.