ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବିଜେଡିର ଏକ ସାଙ୍ଗଠନିକ ବୈଠକ ମାଁ ବାସଙ୍ଗ ପୀଠରେ ଆୟୋଜିତ ହୋଇ ଯାଇଛି ।ବଡବୋର୍ ସିଂ ସରପଞ୍ଚ ତଥା ବ୍ଳକ ବିଜେଡି ସଭାପତି ଏସ .ରାମେଶ୍ୱର ପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି ବୈଠକରେ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ଓ କର୍ମୀ ଯୋଗ ଦେଇଥିଲେ । ବେଲଗୁଣ୍ଠା ବ୍ଳକ ପୁର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ଅକାଳ ବିୟୋଗ ପରେ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ କରିଥିଲେ । କିନ୍ତୁ ସାଧାରଣ ନିର୍ବାଚନ ପରେ ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ପରେ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ।ଫଳରେ ବିଜେଡି ଶିବିରରେ ଶାନ୍ତ ବାତାବରଣ ଖେଳି ଯାଇ ତୃଣମୂଳ ସ୍ତରର କର୍ମୀଙ୍କ ପଞ୍ଚାୟତ ସ୍ତରୀୟ ନେତୃବୃନ୍ଦଙ୍କ ମଧ୍ୟରେ ନିରାଶା ଖେଳି ଯାଇଥିଲା । ବ୍ଳକ୍ ର ୧୮ଟି ପଞ୍ଚାୟତର ଛାମୁଆ ନେତାଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ଆଗାମୀ ଦିନରେ ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା, ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୁବପିଢୀକୁ ଅଗ୍ରାଧିକାର ଦେବା, ଆଗାମୀ ଦିନରେ ଏକ ହୋଇ ଲଢ଼ିବାକୁ ଆହ୍ବାନ ଦିଆଯାଇଥିଲା । ସମସ୍ତେ ସଙ୍ଗଠିତ ହେବା ପାଇଁ ଉପସ୍ଥିତ ନେତୃବୃନ୍ଦ ପ୍ରକାଶ କରିଥିଲେ । ଆଜିର ଏହି ସମାବେଶରେ ସଭାପତି ଶ୍ରୀ ପାତ୍ରଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ପୁର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକ,ପାଣି ପଞ୍ଚାୟତ ସଭାପତି ଉମା ନାୟକ, ସରପଞ୍ଚ ଦୂର୍ଗାମାଧବ ନାୟକ, ସରପଞ୍ଚ ଜୟରାମ ନାୟକ,ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ,ସିମାଞ୍ଚଳ ବିଷୋୟୀ, ପୁର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ, ଦିଲ୍ଲିପ ଜେନା, ସନ୍ତୋଷ ସ୍ୱାଇଁ, ସମିତି ସଭ୍ୟ ବିଭୁପାଦ ଜେନା, କୁଞ୍ଜବିହାରୀ ନାୟକ,ସୁଧାଂଶୁ ଶେଖର ପୋଲାଇ, ରାଜୀବ ନାୟକ,ଭାଗ୍ୟଲତା ସେଠୀ, ରୁନୁବାଳା ନାୟକ, ବରିଷ୍ଠ ସଙ୍ଗଠକ ଶରତ ସ୍ୱାଇଁ ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଓ ନେତା ଉପସ୍ଥିତ ଥିବାବେଳେ ଆଗାମୀ ଦିନରେ ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ ।
Sign in
Sign in
Recover your password.
A password will be e-mailed to you.