ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଆରୁହା ସତସଙ୍ଗ ଉପଯୋଜନା କେନ୍ଦ୍ର ରେ ନବ ଭାରତ ଚାରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଛି। ଅନୁଷ୍ଟିତ ସମ୍ବର୍ଦ୍ଧନା ସଭା କାର୍ଯ୍ୟ କ୍ରମ ରେ ମଞ୍ଚ ସଂଯୋଜନା ସୁଶାନ୍ତ କୁମାର ସାହୁ କରିଥିବା ବେଳେ ଟ୍ରଷ୍ଟ ର ଚେୟାର ମ୍ୟାନ ସତ୍ୟ ସୁନ୍ଦର ପଣ୍ଡା, ସଭାପତି ଗଙ୍ଗାଧର ପଣ୍ଡା, ସ୍ଵୟଂସିଦ୍ଧ ମହାପାତ୍ର, ସରପଂଚ ରାଜେନ୍ଦ୍ର ସାହୁ, ସମିତି ସଭ୍ୟ ସୁରେନ୍ଦ୍ର ବେଜ, ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ସାହୁ, ଗଙ୍ଗାଧର ଦାସ ଯୋଗ ଦେଇଥିଲେ। ସୁକାନ୍ତ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସର ରେ ସତ୍ୟ ସୁନ୍ଦର ପଣ୍ଡା ଓ ସୟଂ ସିଦ୍ଧ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନବ ଭାରତ ଟ୍ରଷ୍ଟ ର ଚେୟାର ମ୍ୟାନ ଟ୍ରଷ୍ଟ ର ଆଭିମୁଖ୍ୟ କହିବା ସହ ଶିଶୁ ମାନଙ୍କ ପାଇଁ ଏହି ଟ୍ରଷ୍ଟ କାର୍ଯ୍ୟ କରିବା ସହ ଶିକ୍ଷା ଓ ସ୍ଵାସ୍ଥ୍ୟ ଉପରେ ବିଭିନ୍ନ କାର୍ଯ୍ୟ କ୍ରମ କରିଥାଏ ବୋଲି କହିଥିଲେ। ଏହି ଅବସର ରେ ଶିଶୁ ପ୍ରତିଭା ଭାବେ ଆଦର୍ଶ ଶିଶୁ ସମ୍ମାନ ଛଅ ଜଣ ଶିଶୁ ଙ୍କୁ ପ୍ରଦାନ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ଚାଲିପାରୁ ନ ଥିବା ତିନି ଜଣ ଙ୍କୁ ହ୍ବିଲ ଚେୟାର ପ୍ରଦାନ କରାଯାଇଛି। ଶେଷ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ରେ କୁନି କୁନି ପିଲା ମାନଙ୍କୁ ନେଇ ଏକ ନାଟକ ସୁନା ଜଙ୍ଗଲ ଅନୁଷ୍ଟିତ ହୋଇ ଯାଇଛି। ଆଖ ପାଖ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଜନ ସମାଗମ ହୋଇଥିବାର ଦେଖା ଯାଇଛି। ଅନୁଷ୍ଟିତ କାର୍ଯ୍ୟ କ୍ରମ ଟ୍ରଷ୍ଟ ର ସମସ୍ତ ପଦାଧିକାରୀ, ସଦସ୍ୟ ରବୀନ୍ଦ୍ର ବାରିକ୍, ପ୍ରତାପ ମହାନ୍ତି ଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ।
Sign in
Sign in
Recover your password.
A password will be e-mailed to you.