ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ୯୯ ତମ ଜୟନ୍ତୀ-୨୦୨୫ ପାଳିତ

0

ବିଜେପୁର :-ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ସ୍ଥିତ ସମଲେଇପଦର ଠାରେ ଥିବା ପାର୍ବତୀ ଗିରି ବୃଦ୍ଧା ଶ୍ରମ ଠାରେ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ୯୯ ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ତତ ସଙ୍ଗେସଙ୍ଗେ ବହୁ ଘାତ ପ୍ରତିଘାତ ମଧ୍ୟରେ ସଂଘର୍ଷ ମୟ ଭାବେ ଶ୍ରୀମାନ ଜଳନ୍ଧର ପଟେଲଙ୍କ ଅକ୍ଲାନ୍ତ ପରିଶ୍ରମ ତଥା  ବରଗଡ଼ ତଥା ପାଖ ଜିଲ୍ଲାର ଜନସାଧାରଣଙ୍କ ପ୍ରଚେଷ୍ଟାରେ ଗଢ଼ି ଉଠିଥିବା ବୃଦ୍ଧାଶ୍ରମର  ଅଷ୍ଟମ ବାର୍ଷିକୀ ଉତ୍ସବ ସୁବାଷ ପଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପୁର ଜୋନ ର ଜିଲ୍ଲା ପରିଷଦ ସଦସ୍ଯ ଶ୍ରୀମାନ ସୁଶାନ୍ତ କୁମାର ଗଡତିଆ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପାର୍ବତୀ ଗିରି ବୃଦ୍ଧା ଶ୍ରମର ସମ୍ପାଦକ ଶ୍ରୀମାନ ଜଳନ୍ଧର ପଟେଲ ବାର୍ଷିକ ବିବରଣୀ ପଠନ କରିଥିଲେ।ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଦୈନିକ ସମ୍ବାଦ ପତ୍ର ସମାଜର ସହ ସମ୍ପାଦକ ଶ୍ରୀମାନ ଯୋଗେଶ ବଢେଇ,ଇବଥରମାଲ ତାପଜ ବିଦ୍ୟୁତ କେନ୍ଦ୍ରର ଅବସରପ୍ରାପ୍ତ କର୍ମଚାରୀ ଧିରେନ୍ଦ୍ର ପଣ୍ଡା ଏଇ ଶୁଭ ମୁହୂର୍ତ୍ତରେ ଯୋଗଦାନ କରି ଥିବା ବେଳେ, ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ସରୋଜ କୁମାର ନାଏକ ମୁଖ୍ୟ ବକ୍ତା ଏବଂ କଟାପାଲି+୩ କଲେଜର ଓଡ଼ିଆ ଅଧ୍ୟାପକ ବିଭୁଦତ୍ତ ପଧାନ ସମ୍ମାନୀତ ବକ୍ତା ଭାବେ ଯୋଗଦାନ କରି ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜୀବନୀ ବିଷୟରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ସୁଧାଂଶୁ ଶେଖର ଜାଲ ମଞ୍ଚ ସଂଯୋଜନା କରିଥିଲେ। ଏଇ ଅବସରରେ ପ୍ରାତଃ ୫ ଘଣ୍ଟା ସମୟରେ ପ୍ରଭାବ ଫେରି ସମେତ ରାମଧୂନ ଗାନ ହୋଇଥିଲା।ପରେ ସକାଳ ୮ ଘଟିକାରେ ଗ୍ରାମ ସଫେଇ କାର୍ଯ୍ୟକ୍ରମ, ଅପରାହ୍ନ ୨ ଘଟିକାରେ ସଭାର ଆୟୋଜନ କରାଯାଇଥିଲା। ଅତିଥି ଗଣ ପାର୍ବତୀ ଗିରି ସ୍ମୃତି କମିଟି ଓ ଆଶ୍ରମ ଅନ୍ତେବାସୀଙ୍କ ପକ୍ଷରୁ ଆହୋଜିତ ବରିଷ୍ଠ ନାଗରିକ ସଂଘ ବିଜେପୁର ଏବଂ ମାରୱାଡ଼ି ଯୁବା ମଞ୍ଚ, ବରଗଡ଼ଙ୍କୁ ପାର୍ବତୀ ଗିରି ସେବା ସମ୍ମାନ ଭାବେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସୁଦାମ ଲୁହା ମାନପତ୍ର ପଠନ କରିଥିଲେ।ଶେଷରେ ଲାଲ ସାହେବ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.